ବାରିପଦା :  ୟ।ସ ବାତ୍ୟା ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ଭାବେ କ୍ଷୟ କ୍ଷତି ଘଟାଇଛି । ଏହା ମଧ୍ୟରେ ବିଦ୍ୟୁତ୍ ବିଭାଗର ୬୦ ଗୋଟି ୩୩ କେଭି ଲାଇନରେ କ୍ଷତି ପହଁଞ୍ଚାଇଛି ଏବଂ ଏହାର ପରିମାଣ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିପରି ୧୧.୮୦ ଲକ୍ଷ ଟଙ୍କା ମୂଲ୍ୟର ୨ ଗୋଟି ୩୩ କେଭି ଭିସିବି , ୬.୬୦ ଲକ୍ଷ ଟଙ୍କା ମୂଲ୍ୟର ୨ଟି ୧୧ କେଭି ଭିସିବି, ୯୦ ଲକ୍ଷ ଟଙ୍କାର ୧୮୦ଟି ୧୧ କେଭି ଲାଇନ, ୧କୋଟି ୪୦ ଲକ୍ଷ ଟଙ୍କା ମୂଲ୍ୟର ୨୮୦ଟି ଏଲଟି ଲାଇନ, ୩୮.୪୮ ଲକ୍ଷ ଟଙ୍କା ମୂଲ୍ୟର ୯୬୨ ଗୋଟି ବିଦ୍ୟୁତ ଖୁଣ୍ଟ, ୩୫ ଲକ୍ଷ ଟଙ୍କା ମୂଲ୍ୟର ୩୫ଟି ଟ୍ରାନ୍ସଫର୍ମର, ୧୫ ଲକ୍ଷ ଟଙ୍କା ମୂଲ୍ୟର ଛୋଟ ଛୋଟ ବିଦ୍ୟୁତ ସରଞ୍ଜାମ ଏବଂ ଏହି ସମସ୍ତ ମରାମତି କାର୍ଯ୍ୟ କରିବା ନିମନ୍ତେ ୧ କୋଟି ୨୮ ଲକ୍ଷ ୪୧ ହଜାର ଟଙ୍କାର ଲେବର ଚାର୍ଯ୍ୟକୁ ମିଶାଇ ମୋଟ ୪ କୋଟି ୯୫ ଲକ୍ଷ ୨୯ ହଜାର ଟଙ୍କା ଆବଶ୍ୟକତା ରହିଛି ବୋଲି ଟିପିଏନଓଡ଼ିଏଲ ପକ୍ଷରୁ ପ୍ରାଥମିକ ଆକଳନ କରାଯାଇ ଏକ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରାଯାଇଥିବାର ଜଣାପଡ଼ିଛି ।
The post ୟ।ସ ବାତ୍ୟା କାରଣରୁ ମୟୂରଭଞ୍ଜରେ ୫କୋଟିର ବିଦ୍ୟୁତ ଭିତ୍ତିଭୂମି କ୍ଷତି ଆକଳନ first appeared on Sambad.

from ଜିଲ୍ଲା | Sambad https://ift.tt/3vxshS3