
ରାଉରକେଲା: ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଜି ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଶ୍ରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରରେ ସେ କରୋନା ସଂକ୍ରମିତ ବ୍ୟକ୍ତିମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଥିଲେ। ଏହାସହ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ।
ଏହି ଅବସରରେ ସେ ସେଠିକାର ମେଡିକାଲ ଷ୍ଟାଫ ଏବଂ ସ୍ଥାନୀୟ ସ୍ଵେଚ୍ଛାସେବୀମାନଙ୍କୁ କିଛି ପିପିଇ କିଟ୍, ଅକ୍ସି ମିଟର ଓ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ବଣ୍ଟନ କରିଥିଲେ।
The post ହସ୍ପିଟାଲ୍ ବୁଲିଲେ, କରୋନା ଆକ୍ରାନ୍ତଙ୍କ ଅବସ୍ଥା ପଚାରିବୁଝିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ first appeared on Sambad.from ଜିଲ୍ଲା | Sambad https://ift.tt/3eSeVKt
0 Comments