କଟକ : ମେ ୨୭ ତାରିଖ ପର୍ଯ୍ୟନ୍ତ ହାଉକୋର୍ଟକୁ ସଂପୂର୍ଣ୍ଣ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ବର୍ତ୍ତମାନର କୋଭିଡ୍ ସଂକ୍ରମଣ ସ୍ଥିତି ଏବଂ ହାଇ କୋର୍ଟର କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ବଢିବା ଦୃଷ୍ଟିରୁ ଆଜି ଏଭଳି ପଦକ୍ଷେପ ନିଆଯିବା ସହିତ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ ମେ ୨୮ ତାରିଖରେ ପୂର୍ବରୁ ଘୋଷଣା ହୋଇଥିବା ନିୟମ ମୁତାବକ ହାଇକୋର୍ଟ କାର୍ଯ୍ୟ କରିବ। କିନ୍ତୁ ସଟଡାଉନ୍ ସମୟରେ କୌଣସି ଅବସରକାଳୀନ ବେଞ୍ଚ୍ କାର୍ଯ୍ୟ କରିବ ନାହିଁ। ଗ୍ରୀଷ୍ମ ଅବକାଶର ଅବକାଶକାଳୀନ ବେଞ୍ଚ୍ ମେ ୩୧, ଜୁନ୍ ୨ ଓ ଜୁନ୍ ୪ ତାରିଖରେ କାର୍ଯ୍ୟ କରିବ। ସେହି ୩ଟି ତାରିଖରେ କୌଣସି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ତାରିଖର ପୂର୍ବଦିନ କାର୍ଯ୍ୟ ଦିବସରେ ରେଜିଷ୍ଟ୍ରାର (ଜୁଡିସିଆଲ୍) ଓ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ୍)ଙ୍କ ନିକଟରେ ପୂର୍ବରୁ ଘୋଷଣା ହୋଇଥିବା ବ୍ୟବସ୍ଥାରେ ତାଲିକାଭୁକ୍ତ କରାଯାଇ ପାରିବ। ମେ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକଡାଉନ୍ ସମୟରେ ଯଦି ଏଭଳି କୌଣସି ମାମଲା ରହିଥାଏ, ଯାହାକି ମେ ୩୧ ତାରିଖ ପର୍ଯ୍ୟନ୍ତ ଶୁଣାଣି ପାଇଁ ଅପେକ୍ଷା କରାଯାଇପାରିବ ନାହିଁ, ତେବେ ସେଭଳି ମାମଲାର ଗୁରୁତ୍ବ ସଂପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ଦେଇ ରେଜିଷ୍ଟ୍ରାର (ଜୁଡିସିଆଲ୍)ଙ୍କ ନିକଟରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ଇମେଲ୍ ohc.mentionmemos@gmail.com ଜରିଆରେ ଆଇନଜୀବୀ ଦାଖଲ କରି ପାରିବେ। କିନ୍ତୁ ଏହି ସମୟରେ କୌଣସି ଚିରାଚରିତ ମାମଲା ରୁଜୁ ନ କରିବାକୁ ଆଇଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି।

The post ମେ ୨୭ ଯାଏ ହାଇକୋର୍ଟ ସଟ୍‌ଡାଉନ୍ first appeared on Sambad.

from ଜିଲ୍ଲା | Sambad https://ift.tt/33ZW5e4