ନୂଆପଡ଼ା ଜିଲ୍ଲାରେ ୪ଟି କ୍ଲିନିକକୁ ସିଲ୍ କଲା କୋଭିଡ ଆବର୍ତ୍ତନ ଦଳ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଛକ ନିକଟସ୍ଥ ମେହେର କ୍ଲିନିକକୁ ଆଜି ଜିଲ୍ଲା କୋଭିଡ ଆବର୍ତ୍ତନ ଦଳ ଚଢ଼ାଉ କରି ସିଲ୍ କରିଛନ୍ତି। ଜିଲ୍ଲାରେ ଆଜି ଚାରି ଗୋଟି କ୍ଲିନିକ ଉପରେ ଚଢ଼ାଉ କରିଥିଲେ ସିଲ୍ କରିଛନ୍ତି। ସିନାପାଲି ଠାରେ ଦୁଇ ଗୋଟି କ୍ଲିନିକକୁ ସିଲ୍ କରିଥିବା ବେଳେ ଖଡ଼ିଆଳ ଠାରେ ଗୋଟିଏ ଏବଂ ବରଗାଁ ଠାରେ ଗୋଟିଏ କ୍ଲିନିକକୁ ସିଲ୍ କରାଯାଇଛି।

କ୍ଲିନିକ ଖୋଲିବା ପାଇଁ ସରକାରୀ ସ୍ବୀକୃତିର ଆବଶ୍ୟକ ଥିବା ବେଳେ ପରିବେଶ ସୁରକ୍ଷା ପ୍ରମାଣପତ୍ର ଏବଂ ସ୍ବାସ୍ଥ୍ୟ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କୌଣସି ସୁବିଧା ନାହିଁ। ତେଣୁ ମେହେର କ୍ଲିନିକକୁ କୋଭିଡ ଆବର୍ତ୍ତନ ଦଳ ସିଲ୍ କରିଛନ୍ତି।

ଜିଲ୍ଲା କୋଭିଡ ଆବର୍ତ୍ତନ ଦଳରେ ଉପଜିଲ୍ଲାପାଳ ତରଣୀସେନ ନାଏକ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜ୍ୟୋସ୍ନାରାଣୀ ପଟ୍ଟନାୟକ, ଖଡ଼ିଆଳ ଏସଡିପିଓ ସନ୍ତକ ଜେନାଙ୍କ ଉପସ୍ଥିତିରେ ଯାଞ୍ଚ ଚାଲିଥିଲା। ବିଭିନ୍ନ ମହଲରୁ ହୋଇଥିବା ଅଭିଯୋଗକୁ ଭିତ୍ତିକରି ଏହି ଚଢ଼ାଉ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାଳୀ ଚରଣ ବେହେରା ପ୍ରକାଶ କରିଛନ୍ତି। ଏହି ଚଢ଼ାଉ ବେଳେ ଖଡ଼ିଆଳ ତହସିଲଦାର ସିନ୍ଧୁସୂତା ପାତ୍ର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟୀ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ।

The post ନୂଆପଡ଼ା ଜିଲ୍ଲାରେ ୪ଟି କ୍ଲିନିକକୁ ସିଲ୍ କଲା କୋଭିଡ ଆବର୍ତ୍ତନ ଦଳ first appeared on Sambad.

from ଜିଲ୍ଲା | Sambad https://ift.tt/3yd8xoy

Post a Comment

0 Comments