
କଟକ : ବାତ୍ୟା ୟାସର ମୁକାବିଲା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ନିୟୋଜିତ ହୋଇଛନ୍ତି ୫୫ ପ୍ଲାଟୁନ୍ ଫୋର୍ସ ଓ ୬୦ଟି ଓଡ୍ରାଫ୍ ଟିମ୍। ଏଡିଜି (ଆଇନ ଶୃଙ୍ଖଳା) ଯଶୱନ୍ତ ଜେଠୱାଙ୍କ ତତ୍ତ୍ବାବଧାନରେ ପୁଲିସ ଓ ଓଡ୍ରାଫ୍ ଟିମ୍ ବାତ୍ୟା ମୁକାବିଲାରେ ନିୟୋଜିତ ହୋଇଥିଲେ। ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୮୦୦ ଓଡ୍ରାଫ୍ କର୍ମଚାରୀ ନିୟୋଜିତ ହୋଇ ଉପୁଡ଼ିପଡ଼ିଥିବା ଗଛ କାଟିବା ସହିତ ଲୋକଙ୍କୁ ପାଣି ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ସେହିଭଳି ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ବାଲେଶ୍ବର ଜିଲ୍ଲାରେ ୪୦, ଭଦ୍ରକ ଜିଲ୍ଲାରେ ୨୦, ମୟୁରଭଞ୍ଜ ଜିଲ୍ଲାରେ ୨୫, କେନ୍ଦ୍ରାପଡା ଜିଲ୍ଲାରେ ୧୫, ଯାଜପୁର ଜିଲ୍ଲାରେ ୧୩ ଓ କେନ୍ଦୁଝର ଜିଲ୍ଲାରେ ୨୨ଟି ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ଟିମ୍ ବିଶେଷ ପ୍ର୍ରଭାବିତ ହୋଇଥିବା ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ରାସ୍ତାରେ ଭାଙ୍ଗି ପଡ଼ିଥିବା ଗଛ କାଟି ଗମନାଗମନର ସୁବ୍ୟବସ୍ଥା କରିଛନ୍ତି। ପାଣି ଘେରରେ ରହିଥିବା କିଛି ଲୋକଙ୍କୁ ଉଦ୍ଧାର କରିଛନ୍ତି। ସର୍ବାଧିକ କ୍ଷତିଗ୍ରସ୍ତ ବାଲେଶ୍ବର ଜିଲ୍ଲା ପାଇଁ ଆଜି ଆଉ ୧୦ଟି ଉଦ୍ଧାରକାରୀ ଦଳକୁ ପଠାଯାଇଛି। ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଏମ. ଅକ୍ଷୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ କଣ୍ଟ୍ରୋଲ ରୁମ୍ରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।
The post ଅଗ୍ନିଶମ ବିଭାଗର ଆଉ ୧୦ ଟିମ୍ ଗଲେ ବାଲେଶ୍ବର first appeared on Sambad.from ଜିଲ୍ଲା | Sambad https://ift.tt/3bYEgAn
0 Comments