ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୁଇନାଳି ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ମାନସିକ ଚାପରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ସାପୁଇନାଳି ଗ୍ରାମର ଜଗବନ୍ଧୁ ବାଘ(୬୫) ୫ ଦିନ ପୂର୍ବରୁ ବାଗେଡ଼ିଆରେ କୋଭିଡ ପରୀକ୍ଷା କରିଥିଲେ। ପରଦିନ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ। ତିନିଦିନ ପୂର୍ବରୁ ତାଙ୍କୁ କୋଭିଡ ହସ୍ପିଟାଲକୁ ନେବାକୁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଜଗବନ୍ଧୁ ରାଜି ହୋଇନଥିଲେ।

ଗତକାଲି ଠାରୁ ପାରିବାରିକ ବୋଝ ଓ ସାମାଜିକ କଟକଣା ଯୋଗୁଁ ସେ ମାନସିକ ଚାପରେ ଥିଲେ। ଆଜି ସକାଳ ସାଢେ ୭ ଟାରେ ଗାଁ ପାଖ କାଠପାଳ ଗ୍ରାମର ଅଣାଯୋର ନାଳ ନିକଟରେ ଏକ ଆମ୍ବ ଗଛରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କ ଠାରୁ ଖବରପାଇ ଛେଣ୍ଡିପଦା ପୁଲିସ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।

The post ମାନସିକ ଚାପରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ବୃଦ୍ଧ first appeared on Sambad.

from ଜିଲ୍ଲା | Sambad https://ift.tt/3vEwfb9