ରାଉରକେଲା: କୋଭିଡ୍ ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ରାଉରକେଲା ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ଆବଶ୍ୟକସ୍ଥଳେ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଉଛି। ଗତ କିଛିଦିନ ତଳେ କଣ୍ଟେନମେଣ୍ଟ ଲାଗୁ ହୋଇଥିବା ସେକ୍ଟର ୧୭, ସେକ୍ଟର-୬ ଏବଂ ଛେଣ୍ଡସ୍ଥିତ ଏଲସିଆର କ୍ଵାର୍ଟର ଅଞ୍ଚଳରେ ହୋଇଥିବା ୩ଟି କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି।
ମେ’୧୫ ତାରିଖରେ ଏ ବାବଦରେ ମହାନଗର ନିଗମ କମିସନର ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ସଂପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ କଟକଣା ହଟିଯାଇଛି। ତେବେ କୋଭିଡ୍ ପରିସ୍ଥିତିକୁ ଆଖିରେ ରଖି ଏବଂ ଲକଡାଉନ ନିୟମ ଦୃଷ୍ଟିରୁ ଲୋକମାନେ ଘରେ ରହିବା ସହ କୋଭିଡ୍ ପ୍ରୋଟୋକଲ ପାଳନ କରିବାକୁ କମିସନର ପରାମର୍ଶ ଦେଇଛନ୍ତି।

The post ରାଉରକେଲାର ୩ଟି ଅଞ୍ଚଳରୁ କୋଭିଡ୍ କଣ୍ଟେନମେଣ୍ଟ ହଟିଲା first appeared on Sambad.

from ଜିଲ୍ଲା | Sambad https://ift.tt/33NfApX