
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବଢ଼ୁଛି ତାତି। କିଛି ଦିନ ପାଗ କୋହଲା ରହିବା ପରେ ପୁଣି ଥରେ ତାପମାତ୍ରା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ବର୍ଦ୍ଧିତ ତାପମାତ୍ରାର ଅଧିକ ପ୍ରଭାବ ଦେଖାଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହିଛି। ଏହି ୧୧ଟି ସହର ମଧ୍ୟରୁ ପଶ୍ଚିମ ଓଡ଼ିଶାର ୬ଟି ସହର ରହିଛି। ୪୨ ଡିଗ୍ରି ସହ ସୋନପୁର ପଶ୍ଚିମ ଓଡ଼ିଶା ସମେତ ସାରା ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି।
ଏହା ବ୍ୟତୀତ ବୌଦ୍ଧର ସର୍ବୋଚ୍ଚ ତାପମାତ୍ରା ୪୧.୫, ସମ୍ବଲପୁରର ୪୧.୨, ଟିଟିଲାଗଡ଼ର ୪୦.୨, ଭବାନୀପାଟଣାର ୪୦.୫ ଏବଂ ସୁନ୍ଦରଗଡର ୪୧ ଡିଗ୍ରି ସେଲସିୟସ୍ ଲେଖାଏଁ ରେକର୍ଡ ହୋଇଛି। ଏହା ବ୍ୟତୀତ ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରି ରହିଥିବା ବେଳେ ହୀରାକୁଦର ୩୯.୩ ଓ ବଲାଙ୍ଗୀରର ୩୯.୨ ଡିଗ୍ରି ରହିଛି। ତାତି ସାଂଗକୁ ଗୁଳୁଗୁଳି ଯୋଗୁଁ ଦିନ ହେଉକି ରାତି ରହିବା ଅସହ୍ୟ ହୋଇପଡ଼ୁଛି। କରୋନା ଯୋଗୁଁ ସରକାର ଲକ୍ଡାଉନ୍ ଘୋଷଣା କରିଥିବା ବେଳେ ପ୍ରାୟତଃ ଲୋକ ଜରୁରୀ କାମ ନଥିଲେ ଘରୁ ବାହାରୁ ନାହାନ୍ତି। ତେବେ, ମଧ୍ୟାହ୍ନ ୧୨ଟା ପରେ ଗୁଳିଗୁଳି ଯୋଗୁଁ ଘରେ ରହିବା ବି ମୁସ୍କିଲ ହୋଇଯାଉଛି।
The post ତାତୁଛି ପଶ୍ଚିମ ଓଡ଼ିଶା, ୬ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ first appeared on Sambad.from ଜିଲ୍ଲା | Sambad https://ift.tt/3uZkk89
0 Comments