
ବେଗୁନିଆ : ୫୭ ନମ୍ବର ଜାତୀୟ ରାଜପଥ ବେଗୁନିଆ ପୋଷ୍ଟ ଅଫିସ ଛକରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ରାସ୍ତା ସଂପ୍ରସାରଣ କାମ ଚାଲିଥିବା ବେଳେ ଘଟିଛି ଏକ ଅଘଟଣ। ମିଳିଥିବା ସୂଚନା ଅନୁଯାୟୀ, ଏଆରଏସଏସ କଂପାନିର ହାଇଓ୍ବା ଏକ ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଦୀର୍ଘ ସମୟ ଧରି ଶବ ପଡ଼ି ରହିଥିବା ବେଳେ ପୁଲିସ ପହଞ୍ଚି ନଥିଲା। ଶବକୁ କାଉ ଖାଉଥିବା ଦେଖିବାକୁ ମିଳିଥିଲା। ଏନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇବା ସହ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ପରେ ବେଗୁନିଆ ପୁଲିସ ପହଞ୍ଚି ହାଇଓ୍ବାକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିଲା। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ବାଙ୍କି ଥାନା ନରଗାଙ୍ଗ ଗ୍ରାମର ବୋଲି ଜଣାପଡ଼ିଛି ।
The post ବାଇକକୁ ଧକ୍କା ଦେଲା ହାଇଓ୍ବା: ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ, ତିନି ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3ysa7mA
0 Comments