
ଇବ୍ଥର୍ମାଲ : ଜଣେ ନର୍ସଙ୍କ ଆତ୍ମହତ୍ୟା ଘଟଣାର ୪ ଦିନ ପରେ ବନହରପାଲି ପୁଲିସ ଏଏସ୍ଆଇ ଯୁଗଳ ସେଠଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ ଯୁଗଳ ବିବାହିତ। ଝାରସୁଗୁଡା ସଦର ଡାକ୍ତରଖାନାରେ କାମ କରୁଥିବା ନର୍ସ ଜନନୀ ମାଝୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ପରେ ଦୁଇଜଣଙ୍କ ମଧ୍ୟରେ ବିବାଦ ଘନୀଭୂତ ହୋଇଥିଲା। ଗତ ୧ ତାରିଖରେ ଜନନୀ ବେହେରାମାଲରେ ରହୁଥିବା ଘରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ଯୁଗଳକୁ ଚାକିରିରୁ ନିଲମ୍ବିତ କରିବା ସହ କେସ ନମ୍ବର ୫୪ ଆଇପିସିର ଧାରା ୪୯୪ ଏବଂ ୩୦୬ ରେ ଏକ ମାମଲା ରୁଜୁକରି ଗିରଫ କରାଯାଇଛି।
The post ନର୍ସ ଆତ୍ମହତ୍ୟା ମାମଲାରେ ପୁଲିସ ଏଏସ୍ଆଇ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/2RuKkZW
0 Comments