
ମାଲକାନଗିରି: ଦୁର୍ଗମ ଖଇରପୁଟ ବ୍ଲକର ବଣ୍ଡାଘାଟିରେ ବ୍ଲକ ପ୍ରଶାସନ ଏବଂ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ବଣ୍ଡା ସଂପ୍ରଦାୟର ଲୋକଙ୍କୁ କୋଭିଡ ସଚେତନତା କରାଯାଇଥିଲା। ବଣ୍ଡାଘାଟିରେ ଥିବା ଗୋଇଗୁଡା, ବାଉଁଶପଡା, ତୁଲାଗୁରୁମ ଆଦି ଅଂଜଳରେ ଲୋକମାନଙ୍କୁ କିପରି କୋଭିଡ ସଂକ୍ରମଣରୁ ବର୍ତ୍ତିବେ ସେନେଇ ବୁଝାଇଥିଲେ।ପ୍ରକାଶ ଥାଉକି ବଣ୍ଡାଘାଟିରେ ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ନିଜର ପାରଂପାରିକ ଚିକିତ୍ସା ପଦ୍ଧତିରେ ଏମାନେ ବିଶ୍ବାସ କରନ୍ତି।
ତେବେ ପ୍ରଶାସନ ଏବଂ ବ୍ୟାଙ୍କ ତରଫରୁ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯିବା ସହ ସାନିଟାଇଜର ପ୍ରଦାନ କରାଯାଇଥିଲା। ସବୁବେଳେ ମୁହଁରେ ମାସ୍କ ପିନ୍ଧିବା ସହ ୨ ମିଟର ଦୂରତାରେ ରହି କଥାବର୍ତ୍ତା ହେବା ପାଇଁ ପରାମର୍ଶ ଦିଆଯାଇଥିଲା। ଦରକାର ପଡିଲେ ହିଁ ଘରୁ ପଦାକୁ ବାହାରିବା ପାଇଁ କୁହାଯାଇଥିଲା। ଘରେ ରହି ନିଜେ ସୁରକ୍ଷିତ ହେବା ସହ ପରିବାରର ଲୋକଙ୍କୁ ମଧ୍ୟ ସୁରକ୍ଷିତ ରଖିବା ପାଇଁ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଡିଓ ହଡଦାରଂଜନ ସାହୁ, ଆଇସିଆଇସିଆଇର ବ୍ୟାଙ୍କ ମ୍ୟାନେଜର ସୌମ୍ୟ ପଟନାୟକ, କାଲିମେଳା ବ୍ୟାଙ୍କ ମ୍ୟାନେଜର ସୁରେଶ କୁମାର ବେଗରାଇ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି, ପିଇଓ ବିଜୟ କୁମାର ପଣ୍ଡା, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।
The post ବଣ୍ଡାଘାଟିରେ କୋଭିଡ ସଚେତନତା କାର୍ଯ୍ୟକ୍ରମ first appeared on Sambad.from ଜିଲ୍ଲା | Sambad https://ift.tt/3oe9Pv5
0 Comments