
ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନିରାକାର ନାଏକଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜୟପାଟଣା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ ନିରକାର ନାଏକ ବଡ଼କାର୍ଲକୋଟ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ସେ ମୁଖୀଗୁଡ଼ାସ୍ଥିତ କଲୋନିର ସେକ୍ଟର ୨ରେ ରହୁଥିଲେ। ଅଭିଯୋଗକାରିଣୀ ମଧ୍ୟ ମୁଖୀଗୁଡା ଇରିଗେସନ କଲୋନିରେ ରହୁଥିବା ବେଳେ ତାଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ ଗତ ୨୮ ଏପ୍ରିଲ ଦିନ ମହିଳାଙ୍କୁ ଘରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ ବୋଲି ଜୟପାଟଣା ଥାନାରେ ଏତଲା ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଜୟପାଟଣା ପୁଲିସ ତଦନ୍ତ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି।
The post ଦୁଷ୍କର୍ମ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3xXg6j9
0 Comments