ଭୁବନେଶ୍ବର: ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟର ପର୍ଦ୍ଦଫାସ କରିଛି ଏସଟିଏଫ। ଚୋରା ବନ୍ଧୁକ କାରବାର ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଏସଟିଏଫ ଗିରଫ କରିଛି। ଉଭୟଙ୍କ ପାଖରୁ ସେଭେନ ଏମଏମ ଅଟୋମେଟିକ ପିସ୍ତଲ ୫ଟି, ୭ଟି ମ୍ୟାଗାଜିନ୍,  ୭ଟି ଗୁଳି ଜବତ କରାଯାଇଛି। ଗିରଫ ଦୁଇ ମାଫିଆ ହେଉଛନ୍ତି ବିହାରର ରବୀନ୍ଦ୍ର ପ୍ରସାଦ ମୁଙ୍ଗେର ଓ ବାଲେଶ୍ୱର ଶ୍ରୀକୃଷ୍ଣପୁରର ବିଶ୍ୱନାଥ ବିଷୋୟୀ।

କୌଣସି ସୂତ୍ରରୁ ଚୋରା ବନ୍ଧୁକ କାରବାର ନେଇ ଖବର ପାଇ ଭଦ୍ରକ ରାଣିତାଲ ପାଖରେ ଦୁଇ ଅଭିଯୁକ୍ତଙ୍କ ଧରିଥିଲା ଏସଟିଏଫ। ଉଭୟଙ୍କ ପାଖରୁ ଚୋରା ବନ୍ଧୁକ ଓ ଗୁଳି ଜବତ ହେବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏକ ବର୍ଷ ଭିତରେ ଚୋରା ବନ୍ଧୁକ କାରବାର ଉପରେ ଏସଟିଏଫ ଚଢାଉ କରି ୨୭ ବନ୍ଧୁକ ଓ ୬୧ ଗୁଳି ଜବତ କରିବା ସହ ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ବହୁ ଅପରାଧୀଙ୍କୁ ଗିରଫ କରିଛି।

The post ଭଦ୍ରକର ରାଣିତାଲରୁ ଚୋରା ବନ୍ଧୁକ କାରବାର କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଧରିଲା ଏସଟିଏଫ first appeared on Sambad.

from ଜିଲ୍ଲା | Sambad https://ift.tt/3b5XW54