ଚନ୍ଦାହାଣ୍ଡି: ଚଳିତ ବର୍ଷ ପ୍ରଥମ ଥର ପାଇଁ ମସଜିଦ ପରିସରରେ ଶୁଭିଲାନି ଇଦ୍ ମୁବାରକ୍ର ଗୁଞ୍ଜରଣ ।ପରସ୍ପରକୁ ଆଲିଙ୍ଗନ କରି ଇଦ୍ ଶୁଭେଚ୍ଛା କିଏ କାହାକୁ ଜଣେଇ ପାରିଲେନି । ଇଦ୍ରେ ମସଜିଦ କିମ୍ବା ମୁସଲମାନ ବସ୍ତିରେ ମୁସଲମାନ ଭାଇ ମାନଙ୍କ ଭିଡରେ ଚଳଚଞ୍ଚଳ ହେଉଥିବାର ଦେଖିବାକୁ ମିଳିଲା ନାହିଁ କିମ୍ବା ମସଜିଦ ସମ୍ମୁଖରେ ଗରିବ, ଅସହାୟ ,ଦୁଃଖୀ ରଙ୍କିଙ୍କ ଲମ୍ବା ଲାଇନ ବି ଲାଗିଲାନି ।

ମହାମାରୀ କରୋନା କଟକଣା ପାଇଁ ରମଜାନ ମାସ ଭଳି ଖୁସିର ପର୍ବ ଇଦ୍ ମଧ୍ୟ ଫିକା ପଡିଗଲା। ଇଦ୍ ଉତ୍ସବକୁ ନେଇ ବିଶେଷ କରି ସାନ ପିଲା ମାନଙ୍କ ମଧ୍ୟରେ ଯେଉଁ ଉତ୍ସାହ ରହିଥାଏ ,ସେଥିରେ କରୋନା ପ୍ରତିବନ୍ଧକ ସାଜିଲା । ନୂଆ ପୋଷକ ମଧ୍ୟ ବହୁତ କମ୍ ଲୋକ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

ଇସ୍ଲାମିକ ପରମ୍ପରା ଅନୁଯାଇ ରମଜାନ ମାସ ଶେଷ ଦିନରେ ଜହ୍ନ ଦେଖି ପାଳିତ ହୁଏ ଇଦ୍ ।ଏହି ଦିନ ମୁସଲମାନ ଭାଇ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖା ଦେଇଥାଏ । ଲକଡାଉନ ରେ ବିଭିନ୍ନ ନିୟମ କୋହଳ ହୋଇଥିଲେ ହେ ଧର୍ମାନୁଷ୍ଠାନ ବନ୍ଦ ରହିଛି । ଏଣୁ ଇଦ୍ ଦିନ ମଧ୍ୟ ମସଜିଦ ବନ୍ଦ ରହିଥିଲା। ଉମରକୋଟ ଓ ଚନ୍ଦାହାଣ୍ଡି ଅଂଚଳରେ ମୁସଲିମି ଭାଇ ମାନେ ଟିକେ ମନ ଦୁଃଖରେ ରହିଥିଲେ ହେ କରୋନା ଯୁଦ୍ଧ ରେ ସରକାର ଙ୍କ ନିୟମ କୁ ମାନି ସହାୟତା ର ହାତ ବଢ଼େଇଥିବା ଦେଖିବାକୁ ମିଳିଥିଲା ।

ଉମରକୋଟ ଆଞ୍ଜୁମନ କମିଟି ର ସଭାପତି ଖାଲିଦ ଜିଲାନି କହିଛନ୍ତି,ପ୍ରତିବର୍ଷ ଇଦ୍ କୁ ମୁସଲମାନ ସମ୍ପ୍ରଦାୟ ଧୁମଧାମରେ ପାଳନ କରିଥାନ୍ତି କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଏଥିରେ ପୂର୍ଣଛେଦ ଟାଣି ଦେଇଛି।ଚଳିତ ବର୍ଷ ଉମରକୋଟ ର ସମସ୍ତ ମୁସଲମାନ ଭାଇମାନେ ନିଜ ଘରେ ନାମାଜ ପାଠ କରିବା ସହ ସାମାଜିକ ଦୂରତ୍ବ ରଖି ପରସ୍ପର କୁ ଆଲିଙ୍ଗନ କରି ନଥିଲେ ।

ଚନ୍ଦାହାଣ୍ଡି ବ୍ଲକ ମୋହରା ମୁସଲିମ କମିଟି ସଭାପତି ମହମ୍ମଦ ୟୁନୁସ ଙ୍କ କହିବା ପ୍ରକାରେ ଚଳିତ ବର୍ଷ ଇଦ୍ ନମାଜ ପାଠ କରିବା ନିମନ୍ତେ ମୌଲନା ମାନଙ୍କ ଠାରୁ ଫତ୍ଓ୍ବା ନେଇ ସେମାନଙ୍କ ଦେଇ ଥିବା ନିର୍ଦ୍ଦେଶ ଅନୁଯାୟୀ ଘରେ ରହି ଇଦ୍ ନମାଜ ପାଠ କରିଛୁ ।ଚଳିତ ଇଦ୍ ରେ ନୂତନ ବସ୍ତ୍ର ପରିଧାନ ନକରିବା ସହ ଘରେ ମଧ୍ୟ ଅତି ସାଧାରଣ ଖାଦ୍ୟ ପ୍ରସ୍ତୁତ କରି ନିରାଡମ୍ବର ସହ ଇଦ୍ ପାଳନ କରିଛୁ । ଦେଶର ସଙ୍କଟ ସମୟରେ ଗରିବ ଲୋକ ଖାଇବା କୁ ପାଉନଥିବା ବେଳେ ଜାକଜମକରେ ଇଦ୍ ପାଳନ କରିବା ମାନବିକତା ନୁହେଁ ବୋଲି କହିଥିଲେ ।ଏହି ଅବସରରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ଏମପି ପ୍ରଦିପ ମାଝୀ, ବଳଭଦ୍ର ମାଝୀ, ଗୋବିନ୍ଦ କୁମାର ଜୈନ, ପ୍ରମୋଦ କୁମାର ପାଢୀ,କ୍ଷେମରାଜ ବାଘ ,କାଜମ ମଦାନୀ ମୁସଲମାନ ଭାଇ ମାନଙ୍କୁ ଇଦ୍ ର ଅଭିନନ୍ଦନ ଜଣାଇଥିଲେ ।

The post କରୋନା ଛଡେଇନେଲା ଇଦର ଖୁସି: ନିଜ ନିଜ ଘରେ କଲେ ନମାଜ ପାଠ first appeared on Sambad.

from ଜିଲ୍ଲା | Sambad https://ift.tt/2QgSKUz