
ଥୁଆପାଲି : କୋଭିଡ୍ ଆକ୍ରାନ୍ତ ଥିବା ସ୍ଵାମୀର ମୃତ୍ୟୁର ୫ ମିନିଟ୍ ମଧ୍ୟରେ ପତ୍ନୀର ହୃଦ୍ଘାତରେ ଆଖିବୁଜିବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଚିଚିଣ୍ଡା ଗ୍ରାମରେ।
ସୂଚନା ଅନୁଯାୟୀ ଚିଚିଣ୍ଡା ଗ୍ରାମର ଗିରିଧାରୀ ମେହେର(୫୦) ଗୋଟିଏ ଦିନ ଆଗରୁ କରୋନା ଆକ୍ରାନ୍ତ ହୋଇ ସରକାରୀ ନିର୍ଦେଶ ମୁତାବକ ସଙ୍ଗରୋଧରେ ଥିଲେ। ହେଲେ ବୁଧବାର ପୂର୍ବାହ୍ନ ୧୧ଟାରେ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ଭେଡ଼େନ ଡାକ୍ତରଖାନାକୁ ନେବାବେଳେ ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଠିକ୍ ଏହି ସମୟରେ ଘରେ ଥିବା ତାଙ୍କ ପତ୍ନୀ କ୍ଷୀରାବତି ମେହେର (୪୮)ଙ୍କର ମଧ୍ୟ ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଶବକୁ କୋଭିଡ ଗାଇଡ୍ ଲାଇନ ଅନୁସାରେ ଭେଡ଼େନ କୋଭିଡ୍ ଶବଦାହ କେନ୍ଦ୍ରରେ ଗୋଟିଏ ଜୁଇରେ ଦାହ କରାଯାଇଛି।
ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରସା ପରିବାର, ବ୍ଲକ ପ୍ରଶାସନ ଓ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ହୋଇଥିବା ଶବଦାହ ସମୟରେ ଭରସା ପରିବାରର ଟୁକୁ ଦୁଆରି, ହୀରା ମହାକୁର, ତହସିଲଦାର ଅନୀଲ ହୋତା, ବିଡିଓ ରଘୁନାଥ ପାଣିଗ୍ରାହୀ, ସରପଞ୍ଚ ସୁଶାନ୍ତ ପଧାନ, ସମିତି ସଭ୍ୟ ମୁକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
The post ଡକାଡକି ହୋଇ ଚାଲିଗଲେ ଦମ୍ପତି: କରୋନାରେ ସ୍ୱାମୀଙ୍କ ମୃତ୍ୟୁର ୫ ମିନିଟ୍ ପରେ ହୃଦ୍ଘାତରେ ଆଖିବୁଜିଲେ ପତ୍ନୀ first appeared on Sambad.from ଜିଲ୍ଲା | Sambad https://ift.tt/3f0jEtq
0 Comments