
ଟାଙ୍ଗୀ : ଚାନ୍ଦପୁର ପଞ୍ଚାୟତର ମଙ୍ଗଳା ସାହିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳକଷ୍ଟ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ପିଇବା ପାଣି ମିଳୁନଥିବାରୁ ଲୋକେ ବାଧ୍ୟହୋଇ ପୋଖରୀ ପାଣି ପିଉଛନ୍ତି।
ଅଭିଯୋଗ ଅନୁଯାୟୀ, ମଙ୍ଗଳା ସାହିର ନଳକୂପର ପାଣି ବ୍ୟବହାର ଉପଯୋଗୀ ନୁହେଁ। ନଳକୂପରୁ ଗୋଳିଆ ତଥା ଦୂଷିତ ପାଣି ବାହାରୁ ଥିବାରୁ ଲୋକେ ପୋଖରୀ ପାଣି ବ୍ୟବହାର କରୁଛନ୍ତି। ବାଧ୍ୟହୋଇ ପୋଖରୀର ନୀଳ ରଂଗର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଏହି ନେଳିଆ ପୋଖରୀରେ ଚାନ୍ଦପୁର ମାଛ ମାର୍କେଟର ଦୂଷିତ ପାଣି ପ୍ରବେଶ କରୁଛି। ଏହି ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରାଯାଉଥିବାରୁ ବିଭିନ୍ନ ରୋଗ ହେବା ଆଶଙ୍କା ପ୍ରକାଶ ପାଇଛି। ଏହି ବସ୍ତିକୁ ପ୍ରତିଦିନ ଗୋଟିଏ ଟ୍ୟାଙ୍କର ପାଣି ଯୋଗାଇ ଦେବାକୁ ଦାବି କରାଯାଉଥିବା ବେଳେ ଏହା କିନ୍ତୁ ସମ୍ଭବ ହୋଇପାରୁନାହିଁ।
ସରପଞ୍ଚ ଜିତେନ୍ଦ୍ର କୁମାର ସାହୁଙ୍କ କହିବା ଅନୁସାରେ ଚାନ୍ଦପୁର ପଞ୍ଚାୟତର ୧୮ ଟି ସାହିକୁ ମାତ୍ର ୩ ଟି ଟ୍ୟାଙ୍କର ପାଣି ଆସୁଛି। ବଣ୍ଟାବଣ୍ଟି କରି ପାଣି ଯୋଗାଇ ଦିଆଯାଉଛି। ଏକମାତ୍ର ନଳକୂପକୁ ସାମୟିକ ଭାବେ ମରାମତି କରାଯାଇଛି। ତେବେ ଏହି ସାହିକୁ ପାଇପ ପାଣି ଯୋଗାଇ ଦେବା ସ୍ବାଭାବିକ ହୋଇନାହିଁ। ଯଥାଶୀଘ୍ର ପାଇପ ପାଣି ବ୍ୟବସ୍ଥା ପାଇଁ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିବା ସେ କହିଛନ୍ତି। କରୋନା ସମୟରେ ଜଳକଷ୍ଟ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଥିବା ଜଣାପଡ଼ିଛି।
The post ଟାଙ୍ଗୀର ୨୬ଟି ପଞ୍ଚାୟତରେ ପାନୀୟ ଜଳ ସଂକଟ, ଲୋକେ ପିଉଛନ୍ତି ପୋଖରୀ ପାଣି first appeared on Sambad.from ଜିଲ୍ଲା | Sambad https://ift.tt/3t8wHgo
0 Comments