
ସୁନ୍ଦରଗଡ଼: ଆଜି ସକାଳେ ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ରାଣୀବଗିଚା ଖଡିଆପଡାର ଏକ ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ଯୁବକ ଜଣକ ହେଲେ ପଡାର ଦୁର୍ଗା ଡୁଙ୍ଗଡୁଙ୍ଗ। ଘରର ଟିଣ ଛାତର ପାଇପରେ ରଶି ଦେଇ ଝୁଲିପଡ଼ିଥିବା ଦେଖାଯାଇଛି।
ରାତିରେ ଘର ଲୋକେ ସମସ୍ତେ ଶୋଇପଡିବା ପରେ ସମ୍ଭଵତଃ ସେ ଆତ୍ମହତ୍ୟା କରିଥିବା ଅନୁମାନ କରୁଥିବା ପୁଲିସ ଶବକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
The post ବେକରେ ଦଉଡ଼ି ଲଗାଇ ଯୁବକଙ୍କ ଆତ୍ମହତ୍ୟା first appeared on Sambad.from ଜିଲ୍ଲା | Sambad https://ift.tt/3eRX3iH
0 Comments