ସମ୍ବଲପୁର: ମାନେଶ୍ଵର ବ୍ଲକ ଛଚାନପାଲି ସ୍ଥିତ ରୁକ୍ମିଣୀଲାଠ ବାଲନିକେତନର ମ୍ୟାନେଜର ଜୀବର୍ଦ୍ଧନ ଭୋଇ (୨୯)ଙ୍କ ସ୍ଥାନୀୟ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୫ ତାରିଖ ମଙ୍ଗଳବାର ରାତ୍ର ୧୦ ଟା ସମୟରେ ଦେହାନ୍ତ ହୋଇଛିI ବରଗଡ଼ ଜିଲ୍ଲା, ଲହଣ୍ଡା ପଞ୍ଚାୟତ ଅନ୍ତର୍ଗତ ଯୁଗୀପାଲି ଗ୍ରାମର ଅଭିମନ୍ୟୁ ଭୋଇଙ୍କ ଏକମାତ୍ର ପୁତ୍ର ଜୀବର୍ଦ୍ଧନ ଭୋଇଙ୍କ ବିବାହ ୨୫ ତାରିଖ ମଙ୍ଗଳବାର ଦିନ ହିଁ ସ୍ଥିର ହୋଇଥିଲା I କିନ୍ତୁ, ସେ କୋଭିଡ ଆକ୍ରାନ୍ତ ବୋଲି ଜଣା ପଡ଼ିବା ପରେ ବିବାହ ସ୍ଥଗିତ କରାଯାଇଥିଲା I ତାଙ୍କ ବିବାହ ପାଇଁ ସେ ଗତ ୧୮ ତାରିଖରୁ ଛୁଟି ନେଇ ଘରକୁ ଯାଇଥିଲେ । ସେ ଜଣେ ଦକ୍ଷ କର୍ମଚାରୀ ଥିବା ସଙ୍ଗେ ସଙ୍ଗେ ଖୁବ ମିଷ୍ଟଭାଷୀ ଏବଂ ମେଳାପୀ ମଧ୍ୟ ଥିଲେ । ତାଙ୍କର ମୃତ୍ୟୁରେ ବାଳନିକେତନରେ ଶୋକ ର ଛାୟା ଖେଳିଯାଇଛି I

 

The post ବିବାହ ଦିନ ହିଁ କରୋନାରେ ଚାଲିଗଲେ ରୁକ୍ମିଣୀଲାଠ ବାଲନିକେତନର ମ୍ୟାନେଜର ଜୀବର୍ଦ୍ଧନ first appeared on Sambad.

from ଜିଲ୍ଲା | Sambad https://ift.tt/3vriJIc