ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଓଡିଶ ପଂଚାୟତ ବାଡକାଠିଆ ଗାଁରେ ଭୂତାଣୁକୁ ନେଇ କୋକୁଆ ଭୟ ଖେଳି ଯାଇଛି। ଗ୍ରାମର ଡମ୍ବରୁଧର ମହନ୍ତ (୪୫)ଙ୍କର ଦେହ ଅସୁସ୍ଥ ଥିଲା । ସେ ବିରାଶାଳରେ କୋଭିଡ ପରୀକ୍ଷା କରାଇଥିଲେ । ରିପୋର୍ଟ ଆସିବା ପୂର୍ବରୁ ଡ଼ମ୍ବୁରଙ୍କର ମୃତ୍ୟୁ ହୋଇଥିଲା। ପରେ ଗାଁ ଶ୍ମଶାନରେ ତାଙ୍କର ଶବ ଦାହ କରାଯାଇଥିଲା। ଅନ୍ତିମ ସଂସ୍କାର ପରେ ତାଙ୍କ ମୋବାଇଲକୁ ସରକାରଙ୍କ ପକ୍ଷରୁ କୋଭିଡ ରେପୋର୍ଟ ପଜିଟିଭ ମେସେଜ ଆସିଛି। ଘଟଣା ପଦାକୁ ଆସିଲା ପରେ ଗ୍ରାମରେ କୋକୁଆ ଭୟ ଖେଳି ଯାଇଛି। ଅନ୍ତିମ ସଂସ୍କାରରେ ସହଯୋଗ କରିଥବା ପ୍ରାୟ କୋଡିଏ ଜଣ ବ୍ୟକ୍ତି ଏବେ ସଙ୍ଗରୋଧରେ ବାଦକାଠିଆ ସ୍କୁଲ ଘରେ ଅଛନ୍ତି। ପଂଚାୟତ ପକ୍ଷରୁ ସେମାନଙ୍କୁ ରୋଷେଇ ସାମଗ୍ରୀ ଯୋଗାଇ ଦିଆଯାଇଛି।

ଏନେଇ ସରପଞ୍ଚ ସବିତା ସେଠୀ କହିଛନ୍ତି, ମୋପାଖକୁ ସରକାରୀ ଭାବେ ଏଯାଏଁ ରିପୋର୍ଟ ଆସନାହିଁ । ଗାଁ ଲୋକ ଯେହେତୁ ଅନ୍ତିମ ସଂସ୍କାରରେ ସାମିଲ ଥିବା ୨୦ ଜଣଙ୍କୁ ବିରୋଧ କରୁଛନ୍ତି, ସେହି କାରଣରୁ ସେମାନଙ୍କୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ବଡ଼କାଠିଆ ସ୍କୁଲରେ ରଖାଯାଇଛି । ସେତେଦିନ ପର୍ଯ୍ୟନ୍ତ ସେମାନଙ୍କର ଖାଇପା-ପିଇବା ବ୍ୟବସ୍ଥା କରାଯାଇଛି ।

The post ଅନ୍ତିମ ସଂସ୍କାର ପରେ ମୃତକଙ୍କ ରିପୋର୍ଟ ଆସିଲା ପଜିଟିଭ, ଗାଁରେ କୋକୁଆ ଭୟ first appeared on Sambad.

from ଜିଲ୍ଲା | Sambad https://ift.tt/3yk4hDR