
ବ୍ରହ୍ମପୁର: ଏମ୍କେସିଜି ମେଡିକାଲରେ କାର୍ଯ୍ୟକ୍ଷମ ହୋଇଛି ଲିକ୍ବିଡ୍ ମେଡିକାଲ ଅକ୍ସିଜେନ୍(ଏଲ୍ଏମ୍ଓ) ପ୍ଲାଣ୍ଟ୍। ପ୍ରଥମ ପର୍ଯ୍ୟାୟରେ କେବଳ ସୁପର୍ ସ୍ପେସାଲିଟି ବ୍ଲକରେ କାର୍ଯ୍ୟକ୍ଷମ ଥିବା ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ୍-୨ (ଡିସିଏଚ୍)କୁ ପ୍ଲାଣ୍ଟ୍ରୁ ପାଇପ୍ ଜରିଆରେ ଅକ୍ସିଜେନ୍ ଯୋଗାଣ ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ କୋଭିଡ୍ ହସ୍ପିଟାଲ୍-୧ ସହିତ ଅନ୍ୟାନ୍ୟ କୋଠାକୁ ଅକ୍ସିଜେନ୍ ଯୋଗାଣ କରାଯିବ ବୋଲି ଏମ୍କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।
ଆଉ ସିଲିଣ୍ଡର୍ରେ ଅକ୍ସିଜେନ୍ ଯୋଗାଣ ହେବ ନାହିଁ। ବରଂ ରୋଗୀଙ୍କ ଶଯ୍ୟା ନିକଟରେ ଲାଗିଥିବା ପାଇପ୍ରେ ୨୪ଘଣ୍ଟିଆ ଅକ୍ସିଜେନ୍ ଉପଲବ୍ଧ ରହିବ। ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍ଘାଟନ କରିଥିଲେ। ଗତକାଲି ଯାଜପୁରସ୍ଥିତ ଲିଣ୍ଡେ କମ୍ପାନିର ପ୍ଲାଣ୍ଟ୍ରୁ ୧୫ହଜାର ଲିଟର୍ ଲିକ୍ବିଡ୍ ଅକ୍ସିଜେନ୍ ଏକ ବଡ଼ ଟ୍ୟାଙ୍କର୍ରେ ଅଣାଯାଇଥିଲା। ଗତ ରାତିରେ ପରୀକ୍ଷାମୂଳକ ଭାବେ ଯୋଗାଣ କରାଯାଇଥିଲା।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ଜୟନ୍ତ କୁମାର ମହାପାତ୍ର କହିଛନ୍ତି, ଏମ୍କେସିଜିରେ ଏଲ୍ଏମ୍ଓ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଗତବର୍ଷ ଅଗଷ୍ଟ ମାସରେ ମୁଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ଗଞ୍ଜାମ ଓକିଲ ସଂଘ ସମ୍ପାଦକ ପ୍ରଦୀପ କୁମାର ବେହେରା କହିଛନ୍ତି, ମେଡିକାଲରେ ଯେଉଁ ଅକ୍ସିଜେନ୍ ସିଲିଣ୍ଡର୍ ବ୍ୟବହାର ହେଉଥିଲା ତାହା ବଳକା ରହିବ। ଫଳରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ପରିମାଣ ଅକ୍ସିଜେନ୍ ସିଲିଣ୍ଡର୍ ଉପଲବ୍ଧ ହୋଇପାରିବ।
The post ଏମ୍କେସିଜିରେ କାର୍ଯ୍ୟକ୍ଷମ ହେଲା ଅକ୍ସିଜେନ୍ ପ୍ଲାଣ୍ଟ୍ first appeared on Sambad.from ଜିଲ୍ଲା | Sambad https://ift.tt/3ulfn8y
0 Comments