
ସମ୍ବଲପୁର : ସ୍ବାସ୍ଥ୍ୟବସ୍ଥା ଗୁରୁତର ନଥିଲେ ରୋଗୀ ମାନେ ଡାକ୍ତରଖାନା ନଯାଇ ହ୍ବାଟ୍ସଆପ୍ ଅଡିଓ ଓ ଭିଡିଓ କଲ୍ ଜରିଆରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ପାଇ ପାରିବେ। ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରଙ୍କ ନାମ, ନମ୍ବର ଓ ସମୟ ନିର୍ଘଣ୍ଟ ଜାରି କରାଯାଇଛି। ପ୍ରତିଦିନ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ।
ଭେଷଜ (ମେଡିସିନ୍) ପାଇଁ ଡା. ପଙ୍କଜ ପଟେଲ (ମୋ-୭୦୦୮୧୬୫୧୪୯), ଚର୍ମ ରୋଗ ପାଇଁ ଡା. ସୌଭାଗ୍ୟ ତ୍ରିପାଠୀ (ମୋ-୭୦୦୮୦୮୫୬୯୩), ଚକ୍ଷୁ ରୋଗ ପାଇଁ ଡା. ସୁକାନ୍ତ ପାଣିଗ୍ରାହୀ (ମୋ-୯୪୩୭୦୫୧୦୯୧), ଶଲ୍ୟ (ସର୍ଜରି) ପାଇଁ ଡା. ସୁଧାଂଶୁ ଶେଖର ପଣ୍ଡା (ମୋ-୯୪୩୭୧୧୭୪୪୯), ପ୍ରସୂତି ଓ ସ୍ତ୍ରୀ’ରୋଗ ପାଇଁ ଡା. ବ୍ୟାସଦେବ ହୋତା (ମୋ-୭୬୮୨୯୧୨୩୧୦), ଶିଶୁ ରୋଗ ପାଇଁ ଡା. ବିଶ୍ବଜିତ ପଣ୍ଡା (ମୋ-୯୪୩୭୧୭୫୨୫୧)ଙ୍କୁ ହ୍ବାଟ୍ସଅାପ୍ ଅଡିଓ ବା ଭିଡିଓ କଲ୍ ଯୋଗେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
The post ସମ୍ବଲପୁର: ଟେଲି ମେଡିସିନ୍ ସେବା ପାଇଁ ଡାକ୍ତରଙ୍କ ନାମ ଓ ନମ୍ବର ଜାରି first appeared on Sambad.from ଜିଲ୍ଲା | Sambad https://ift.tt/3nGPpud
0 Comments