
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ନୀଳଗରି ବ୍ଲକ ପଞ୍ଚଲିଙ୍ଗେଶ୍ବରର ଏକ ଦୋକାନରୁ ୧୩ ଫୁଟ୍ର ଅହିରାଜ ସାପ ଉଦ୍ଧାର କରାଯାଇଛି। ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ଲୋକେ ବିରାଟ ଅହିରାଜ ଦେଖି ସାପ ଧରାଳିଙ୍କୁ ଖବର ଦେଇଥିଲେ। ସାପ ଧରାଳି ମନୋରଂଜନ ଦାସ, ଗୟାଧର ବେହେରା, ଶ୍ୟାମାକାନ୍ତ ପ୍ରଧାନ, ସୁଶାନ୍ତ ମହାପାତ୍ର ସେଠାରେ ପହଞ୍ଚି ସାପ ଧରିଥିଲେ। ପରେ ବନ ବିଭାଗ ସହାୟତାରେ ପଙ୍ଗଲିଙ୍ଗେଶ୍ବର ଜଙ୍ଗଲରେ ସାପଟିକୁ ଛଡ଼ା ଯାଇଥିବା ଜଣାପଡ଼ିଛି।
The post ୧୩ ଫୁଟ୍ର ଅହିରାଜ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/2S3j4Ck
0 Comments