କଟକ: ଏସ୍‌ସିବି ‌କୋଭିଡ୍‌ ହସ୍ପିଟାଲରେ ଦେଖାଦେଲାଣି ଶଯ୍ୟା ଅଭାବ। ଗତ ୫/୬ଦିନ ହେବ ଆଇସିୟୁ ଭର୍ତ୍ତି ଥିବାବେଳେ ବେଡ୍‌ ଅଭାବରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ସଂକ୍ରମିତ। ସାଢ଼େ ୪ଶହ ପାଖାପାଖି ରୋଗୀ ବେଡ୍‌ରେ ଥିବାବେଳେ ୫୩ଟି ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ରୋଗୀ। ଅନ୍ୟପଟେ ୨୪ଘଣ୍ଟାରେ ୧୦ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ତେବେ ସେଥିରେ କେତେଜଣ କରୋନାରେ ଓ କେତେଜଣ ଅନ୍ୟରୋଗରେ; ସେ ନେଇ ଏସ୍‌ସିବି କର୍ତ୍ତୃପକ୍ଷ ସ୍ପଷ୍ଟ କରି ନାହାନ୍ତି। ଅନ୍ୟପଟେ ଏସ୍‌ସିବିରେ ବେଡ୍‌ ସଂଖ୍ୟା ବୃଦ୍ଧି ପାଇଁ ଅନେକ ଯୋଜନା କରାଯାଇଥିବାବେଳେ ତାହା ପ୍ରସ୍ତୁତ ହୋଇ ପାରି ନଥିବା ଜଣାପଡ଼ିଛି।

ପଲ୍‌ମ୍ୟୁନାରି ମେଡିସିନ୍ ବିଭାଗରେ ଥିବା ସେଣ୍ଟର ଅଫ୍‌ ଏକ୍ସଲେନ୍ସି କୋଠାରେ ହେବାକୁ ଥିବା କୋଭିଡ୍‌ ବେଡ୍‌ ଓ ଆଇସିୟୁ ବ୍ୟବସ୍ଥାର ଆଜି ପର୍ଯ୍ୟନ୍ତ କାମ ସରି ନ ଥିବାରୁ ତାହା‌ କାର୍ଯ୍ୟକ୍ଷମ ହୋଇପାରିନି। ଅନ୍ୟପଟେ କୋଭିଡ୍‌ ହସ୍ପିଟାଲ ପାଇଁ ଯେତିକି କର୍ମଚାରୀ ଓ ମାନବସମ୍ବଳ ଆବଶ୍ୟକ ତା’ ମଧ୍ୟ ନଥିବାରୁ ସଂକ୍ରମିତଙ୍କୁ ଅକ୍ସିଜେନ ଲଗାଇବାଠାରୁ ଆରମ୍ଭ କରି ସେବା ପ୍ରଦାନ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଉଥିବା ଅଭିଯୋଗ କରିଛନ୍ତି ସଂପର୍କୀୟମାନେ।

The post ଏସ୍‌ସିବି କୋଭିଡ୍‌ ହସ୍ପିଟାଲ୍‌ରେ ଶଯ୍ୟା ଅଭାବ first appeared on Sambad.

from ଜିଲ୍ଲା | Sambad https://ift.tt/3tdNFKi