
ଭୁବନ : ଦିଲ୍ଲୀର ଓଡ଼ିଶା ଭବନରେ ଚାକିରି କରୁଥିବା ଭୁବନ ଅଞ୍ଚଳର ଜଣେ ବ୍ୟକ୍ତି ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଉକ୍ତ ବ୍ୟକ୍ତିଜଣକ ବିମାନରେ ଫେରିବା ପରେ ପରୀକ୍ଷା ପାଇଁ ଭୁବନ ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋଭିଡ୍ ଗାଡ଼ିରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ପଠାଇ ଦେଇଥିବା ଜଣାଯାଇଛି। ପ୍ରକାଶ ଯେ, ଉକ୍ତ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଦିଲ୍ଲୀରେ ଚିକିତ୍ସିତ ହୋଇଥିଲେ। ସେଠାରେ ଭଲ ହେବା ପରେ ସେ ଓ ତାଙ୍କ ପତ୍ନୀ ଗତ ଶୁକ୍ରବାର ଦିନ ବିମାନରେ ଭୁବନ ଫେରିଥିଲେ।
The post ଭୁବନରେ ବ୍ଲାକ୍ ଫଙ୍ଗସ୍ ! first appeared on Sambad.from ଜିଲ୍ଲା | Sambad https://ift.tt/3hOcnPh
0 Comments