ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ତହସିଲଦାର ଆଜି ବିଭିନ୍ନ ଅଞ୍ଚଳ ତଦାରଖ କରିବା ସହ ଅମାନିଆ ଦୋକାନୀ ମାନଙ୍କ ଦୋକାନ ସିଲ ଓ ଜରିମାନା ଅଦାୟ କରାଯାଇଥିବା ଜଣାପଡ଼ିଛି।
ପ୍ରାପ୍ତ ଖବର ଅନୁସାରେ ସିନାପାଲି ତହସିଲଦାର ଲୋକନାଥ ଶବରଙ୍କ ନେତୃତ୍ୱରେ ଏକ ଟିମ ଦୋକାନ ସିଲ କରି ଜରିମାନା ଆଦାୟ କାରିଛନ୍ତି। ଆଜି ପୂର୍ବାହ୍ନରେ ଗଣ୍ଡବାହାଲି ସ୍ଥିତ ରାଜ ଚପଲ ଦୋକାନରେ ଚଢ଼ାଉ କରି ଦୋକାନକୁ ସିଲ କରାଯିବା ସହ ଦୁଇ ହଜାର ପାଞ୍ଚ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ବରଗାଁ ସ୍ଥିତ ମାଁ ଗାୟତ୍ରୀ ଫ୍ୟାନ୍ସି ଦୋକାନକୁ ମଧ୍ୟ ସିଲ କରି ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ଏହି ଟିମରେ ତହସିଲଦାର ଙ୍କ ସମେତ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

The post ଦୋକାନ ସିଲ୍ ଓ ଜରିମାନା ଆଦାୟ କଲା ପ୍ରଶାସନ first appeared on Sambad.

from ଜିଲ୍ଲା | Sambad https://ift.tt/2SBsrZY