
ଭଦ୍ରକ: ମାଡି ଆସୁଛି ବାତ୍ୟା । ଏହା ପ୍ରଭାବରେ ସମୁଦ୍ରରୁ ବଡ ବଡ ଢେଉ ଉଠିଲାଣି । ସେପଟେ, ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଉପରେ ସମୁଦ୍ର ପାଣି ମାଡ଼ିଗଲାଣି । ମୁଖ୍ୟ ରାସ୍ତା ଉପରେ ଏକ ଫୁଟ ଉଚ୍ଚର ପାଣି ପ୍ରବାହିତ ହେବାରେ ଲାଗିଛି । ଅନ୍ୟପଟେ ଧାମରାର ଉତ୍ତର ଦିଗକୁ ଗତି କରୁଛି ବାତ୍ୟା। ସମୁଦ୍ରରେ ଜୁଆର ଆସୁଛି।
ଆଉ ମନ୍ତେଇ ନଦୀରେ ଜୁଆରିଆ ପାଣି ଅନେକ ଗାଁ ବୁଡାଇ ଦେଇଛି। ଚିଙ୍ଗୁଡି ଘେରି ସବୁ ବୁଡ଼ି ଯାଇଛି। ଧାମରା ବନ୍ଦର ନିକଟବର୍ତ୍ତୀ ଗାଁ ସବୁ ବୁଡିଛି। ଧାମରା ଅଂଚଳରେ ବାତ୍ୟାର ତାଣ୍ଡବ ଯୋଗୁଁ ନଦୀ ବନ୍ଧ ଦେଇ ସମୁଦ୍ର ଜୁଆର ଜନବସତି ମୁହାଁ ହୋଇଛି |
ହଜାର ହଜାର ଚିଙ୍ଗୁଡ଼ି ଘେରି ଭାଙ୍ଗି କୋଟି କୋଟି ଟଙ୍କା ବରବାଦ ହୋଇଛି | ଦୋସିଙ୍ଗ ଚନ୍ଦନୀପାଳଠାରେ ସମୁଦ୍ର ଜୁଆର ବନ୍ଧ ଭାଙ୍ଗି ଅମର ନଗର ମଧ୍ୟରେ ପାଣି ପଶିଥିବାବେଳେ ପଶିଥିବାବେଳେ ହଜାର ହଜାର ଏକର ଜମି ଲୁଣା ପାଣି ଘେରରେ ରହିଛି | ଅନ୍ୟପଟେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି |
The post ଲ୍ୟାଣ୍ଡଫଲ ପୂର୍ବରୁ ତାଣ୍ଡବ ମଚାଉଛି ‘ୟାସ’, ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଉପରେ ସମୁଦ୍ର ପାଣି first appeared on Sambad.from ଜିଲ୍ଲା | Sambad https://ift.tt/3fjBmrV
0 Comments