ପୁରୀ: ପୁରୀ ଅସ୍ତରଙ୍ଗ ଉପକୂଳରେ ମଧ୍ୟ ବାତ୍ୟାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ସମୁଦ୍ର କୂଳିଆ କେଉଟଜଙ୍ଗା ଅଂଚଳର ଲୋକ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ପ୍ରସ୍ତୁତି କରୁଛନ୍ତି । ହେଲେ ଅସ୍ତରଙ୍ଗର ବ୍ଲକର ବାତ୍ୟା ଆଶ୍ରୟସ୍ଥଳୀରେ କରୋନା ଟିଏମସି ସେଂଟର ହୋଇଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି । ୧୭ଟି ବାତ୍ୟା ଆଶ୍ରୟସ୍ଥଳୀରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି ।

ତେବେ ସେମାନେ ସେମାନଙ୍କ ଜାଲ ଡଙ୍ଗାକୁ ସବୁ ଲୋକ ଲଗାଇ ଉପରକୁ ଉଠାଇ ସାରିଲେଣି । କିନ୍ତୁ ବାତ୍ୟା ଆଶ୍ରୟସ୍ଥଳୀ ସବୁରେ କରୋନା ଟିଏମସି କେନ୍ଦ୍ର ହୋଇଥିବାରୁ ସେଠାରେ ସବୁ ସାମଗ୍ରୀ ରହି ତାଲା ପଡିଛି। ଅସ୍ତରଙ୍ଗ ବ୍ଲକର ୧୭ଟି ବାତ୍ୟା ଆଶ୍ରୟସ୍ଥଳୀରେ ଏହି ସମସ୍ୟା ଦେଖା ଦେଇଛି। ଏହି ଘଟଣାର ଆମେ ରିଏଲିଟି ଚେକ କରାଗଲା ବେଳେ ଅସ୍ତରଙ୍ଗ ବ୍ଲକ ଶିଶୁଆ ପଂଚାୟତର କେଉଁଟା ଜଙ୍ଗା ଗ୍ରାମରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଦେଖିବାକୁ ମିଳିଛି ।

ଏହି ଆଶ୍ରୟସ୍ଥଳୀରେ କୋଭିଡ ଟିଏମସିର ସମସ୍ତ ଜିନିଷ ଅଛି ବୋଲି ବାତ୍ୟା ଆତଙ୍କିତ ଲୋକେ ଅଭିଯୋଗ କରିଛନ୍ତି। ବାତ୍ୟା ୟାସ ଆସୁଥିବାରୁ ବ୍ଲକର କେହି ଜଣେ ଅଧିକାରୀ ଏହି ଗାଁକୁ ଆସିନାହାନ୍ତି। ସେଠି ବାତ୍ୟା ଆସିଲେ ଏହି ଗାଁର ବହୁ ଲୋକେ କେଉଁଠି ଆଶ୍ରୟ ନେବେ ବୋଲି ପ୍ରଶ୍ନ କଲେଣି । କିନ୍ତୁ ବାତ୍ୟା ଭୟରେ ଗାଁ ଲୋକେ ନିଜ ଅସୁରକ୍ଷିତ ଘରେ ବାଲି ବସ୍ତା ରଖି ଥିବା ଦେଖିବାକୁ ମିଳୁଛି।

The post ୧୭ଟି ବାତ୍ୟା ଆଶ୍ରୟସ୍ଥଳୀରେ ସମାନ ସମସ୍ୟା: ‌ହୋଇଛି କରୋନା ଟିଏମସି ସେଣ୍ଟର, କୁଆଡ଼େ ଯିବେ ଲୋକ? first appeared on Sambad.

from ଜିଲ୍ଲା | Sambad https://ift.tt/3hJwqyk