
ମାଲକାନଗିରି : ମାଲକାନଗିରିର ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ପୁଲିସକୁ ମିଳିଛି ବଡ଼ ସଫଳତା। ପୁଲିସ ନକ୍ସଲ ଗୁଳିବିନିମୟରେ ଜଣେ ମହିଳା ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଛି।
ବିଶେଷ ସୂତ୍ରରୁ ଖବର ପାଇ ଦନ୍ତେଵାଡା ଜିଲ୍ଲା ପୁଲିସ,ଡିଆରଜି ଯବାନ ଗୁମଲନାର ଜଂଗଲରେ ଚଡାଉ କରିଥିଲେ।ଏଠାରେ ପୂର୍ବରୁ ମାଓବାଦୀମାନେ କ୍ୟାମ୍ପ କରି ରହିଥିଲେ। ପୁଲିସକୁ ଦେଖି ମାଓବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ।ଯବାନ ମଧ୍ୟ ନିଜକୁ ସୁରକ୍ଷିତ କରି ପାଲଟା ଜବାବ ଦେଇଥିଲେ।ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା।ତେବେ ଏହି ଗୁଳିବିନିମୟରେ ଯବାନଙ୍କର କୌଣସି କ୍ଷତି ହୋଇନଥିବା ବେଳେ ଜଣେ ମହିଳା ମାଓବାଦୀର ଶବକୁ ଘଟଣାସ୍ଥଲରୁ ଉଦ୍ଧାର କରାଯାଇଛି। ଏଥିସହ ବିପୁଳ ପରିମାଣରେ ମାଓ ବିସ୍ଫୋରକ,ବନ୍ଧୁକ ସମେତ ଦୈନନ୍ଦୀନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ମୃତ ମହିଳା ମାଓବାଦୀର ଶବ ଚିହ୍ନଟ କରାଯାଇଛି। ସେ ହେଉଛି ପାୟୋକେ ବେକ୍। ପାୟୋକେ ନାମରେ ସରକାର ୨ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ତେବେ ଘଟଣାସ୍ଥଳର ପରିବେଶକୁ ଲକ୍ଷ୍ୟ କଲେ ବହୁ ନକ୍ସଲ ମୃତାହତ ହୋଇଥିବା ଜଣାପଡୁଥିବା ଏସପି ଅଭିଷେକ ପଲ୍ଲବ ପ୍ରକାଶ କରିଛନ୍ତି।
The post ଓଡ଼ିଶା-ଛତିଶଗଡ଼ ସୀମା ନିକଟରେ ଏନକାଉଣ୍ଟର, ଜଣେ ମହିଳା ମାଓବାଦୀ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3uBdcOi
0 Comments