
କଟକ: ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ଏସ୍ସିବିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ୨୪ଘଣ୍ଟିଆ କଂଟ୍ରୋଲ ରୁମ୍ ଖୋଲାଯାଇ ଜରୁରୀକାଳୀନ ଫୋନ ନମ୍ବର ୯୪୩୭୦୨୬୦୮୦ ଜାରି କରାଯାଇଛି। ପୂର୍ବରୁ ଏସ୍ସିବିରେ ୨୪୬୨ଟି ଅକ୍ସିଜେନ୍ ସିଲିଣ୍ଡର ଥିବାବେଳେ ଯାଜପୁର ଜିଲ୍ଲାପାଳ ୧୦୦ ଓ ସୁନ୍ଦରଗଡରୁ ୫୦ ସିଲିଣ୍ଡର ଆସିଥିଲା। ଏଥି ସହିତ ଆଉ ଅଧିକ ୧୦୦ଟି ସିଲିଣ୍ଡର ଏସ୍ସିବିକୁ ଆସିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ପ୍ରତି ବିଭାଗ ସମ୍ମୁଖରେ ପାଣି ଟାଙ୍କି, ପାଣି ଟ୍ୟାଙ୍କର ମହଜୁଦ୍ ରଖାଯାଇଥିବାବେଳେ ଯଦି କୌଣସି ଗଛ ଉପୁଡ଼େ ତେବେ ତା’କୁ ତୁରନ୍ତ କାଟିବା ପାଇଁ ବ୍ୟବସ୍ଥା କରାଯାଇଛି। ଏସ୍ସିବିକୁ ବାଲେଶ୍ବରରୁ ୪ଜଣ କରୋନା ରୋଗୀଙ୍କୁ ସ୍ଥାନାନ୍ତରଣ କରାଯିବା ପାଇଁ ଯୋଜନା ରଖାଯାଇଛି। ଏସ୍ସିବି କାଜୁଆଲିଟିରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ସବୁ ବିଭାଗ, କାଜୁଆଲିଟି ମେଡିକାଲ ଅଫିସରମାନଙ୍କୁ ଏନେଇ ସୂଚନା ପ୍ରଦାନ କରାଯାଇଥିବା ଏସ୍ସିବି ପ୍ରାଶାସନିକ ଅଧିକାରୀ କଳ୍ପତରୁ ବେହେରା ସୂଚନା ଦେଇଛନ୍ତି
The post ଏସ୍ସିବିରେ ‘ୟାସ୍’ ମୁକାବିଲା; ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍, ଆସିଲା ଅଧିକ ୧୫୦ ସିଲିଣ୍ଡର୍ first appeared on Sambad.from ଜିଲ୍ଲା | Sambad https://ift.tt/2QSpPXn
0 Comments