
ମାଲକାନଗିରି : ମାଲକାନଗିରିର ଜୟ ମାଲକାନଗିରି ଗ୍ରୁପ ତରଫରୁ ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିକଟରେ ମଦ ଦୋକାନ ସ୍ଥାନାନ୍ତର ନେଇ ଦାବି କରାଯାଇଛି।ଗ୍ରୁପର ନେତୃତ୍ବ ନେଉଥିବା ରବୀ ରାଜେଶ ଏବଂ ଅନ୍ୟ ସାଥୀମାନେ ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କୁ ଭେଟି ତାମିଲ କ୍ୟାମ୍ପ ନିକଟରେ ନୂତନ ଭାବେ ନିର୍ମାଣ କରାୟାଇଥିବା ଠିପି ବନ୍ଦ ମଦ ଦୋକାନକୁ ସ୍ଥାନାନ୍ତର କରାଯାଉ ବୋଲି ଦାବି କରାଯାଇଛି।କାରଣ ଏଠାରେ ବହୁ ଶିକ୍ଷାନୁଷ୍ଠାନ ରହିଛି, ଯେପରି ସେଣ୍ଟ୍ରାଲ ସ୍କୁଲ,ମାଲାକନଗିରି କଲେଜ,ଜିକେଵାଇ ହୋଷ୍ଟେଲ,ଏସ ଏସଟି ହୋଷ୍ଟେଲ,ମହିଳା ମହାବିଦ୍ୟାଳୟ,୫ ଶହ ଶଯ୍ୟା ବିଶିଷ୍ଟ ହୋଷ୍ଟେଲ,ଜିଲ୍ଲା କୋର୍ଟ ଇତ୍ୟାଦି ରହିଛି।ଏଠାରେ ମଦ ଦୋକାନ ଖୋଲାଯିବା ଫଲରେ ପ୍ରତିଦିନ ମଦୁଆମାନେ ଏହି ପରିବେଶକୁ ଦୂଷିତ କରିବା ସହ ମହିଳାମାନଙ୍କ ପ୍ରତି ଅସଦାଚରଣ କରିପାରନ୍ତି। ସ୍କୁଲ କଲେଜ ରହିଥିବାରୁ ପିଲାମାନେ ମଧ୍ୟ ବିଗିଡିବାର ସମ୍ଭାବନା ଅଧିକା ରହିଛି।ତେଣୁ ଅନ୍ୟତ୍ର ଯେଉଁଠି କୌଣସି ଶିକ୍ଷାନୁଷ୍ଠାନ ନଥିବ ସେହି ସ୍ଥାନରେ ଏହି ମଦ ଦୋକାନ ଖୋଲିବା ନେଇ ଦାବି କରାଯାଇଛି।
The post ମଦ ଦୋକାନ ସ୍ଥାନାନ୍ତର ନେଇ ଦାବିପତ୍ର ପ୍ରଦାନ first appeared on Sambad.from ଜିଲ୍ଲା | Sambad https://ift.tt/2TgJYae
0 Comments