
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ନାଉକିଆରୀ ଗ୍ରାମରୁ ଅବକାରୀ ବିଭାଗ ପଚାଶ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଆଜି ସକାଳ ୬ଟାରେ ନାଉକିଆରୀ ଗ୍ରାମର ରିଙ୍କୁ ସାହୁ (୨୫)ନିଜ ଘରେ ଗଞ୍ଜେଇ ରଖି ଥିବା ଖବର ପାଇ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ତାଙ୍କ ଘରୁ ପଚାଶ କେଜି ଗଞ୍ଜେଇ ଜବତ କରିବା ସହ ରିଙ୍କୁଙ୍କୁ ଗିରଫ କରିଥିଲେ। ଜବତ ଗଞ୍ଜେଇର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଇନସ୍ପେକ୍ଟର ସମୀର ମହାନ୍ତି ସୂଚନା ଦେଇଛନ୍ତି। ଚଢ଼ାଉ ସମୟରେ ଇନସ୍ପେକ୍ଟର ସୁଶ୍ରୀ ସଂଗୀତା ମହାନ୍ତି, ଏସ ଆଇ ଭକ୍ତବତ୍ସଳ ବର୍ମା ଓ ଷ୍ଟାଫ ସାମିଲ ଥିଲେ। ଗିରଫ ରିଙ୍କୁଙ୍କୁ କୋର୍ଟ ଚାଲାଣ କରାଯାଇଛି।
The post ପଚାଶ କେଜି ଗଞ୍ଜେଇ ଜବତ, ଜଣେ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3tJAnWc
0 Comments