ସିନାପାଲି:ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକକୁ ତେଲେଙ୍ଗାନା ଠାରୁ ୫୧ ଜଣ ଫେରନ୍ତା ଶ୍ରମିକଙ୍କୁ ସିନାପାଲି ଠାରେ ଗୋଷ୍ଠୀ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା। କୋଭିଡ ନିୟମାବଳୀ ଅନୁଯାୟୀ ସମସ୍ତଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଛି। ସିନାପାଲି ଠାରେ ଥିବା ୫୧ ଜଣଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଛି।

ସେଥିମଧ୍ୟରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କୁ ସିନାପାଲି କୋଭିଡ କେୟାର କେନ୍ଦ୍ର ରେ ରଖା ଯାଇଥିବା ବେଳେ ଅନ୍ୟ ୩୫ ଜଣଙ୍କୁ ତାଙ୍କ ଗୃହ ସଂଗରୋଧ ରେ ରହିବାକୁ ପଠାଇଥିବା ସିନାପାଲି ବିଡିଓ ସଦାଶିବ ନାୟକ ପ୍ରକାଶ କରିଛନ୍ତି। କରୋନାର ସିନାପାଲି ହସ୍ପିଟାଲ ନୋଡାଲ ଅଫିସର ଡାକ୍ତର ଭୈରବ ଚରଣ ପାଣିଗ୍ରାହୀ, ଡବ୍ଲୁଇଓ ସୂର୍ଯ୍ୟକାନ୍ତ ଭୋଇ ଓ ସିନାପାଲି ପଞ୍ଚାୟତର ପିଇଓ ସନ୍ତୋଷ ମେହେର ଉପସ୍ଥିତ ଥିଲେ।

The post ସିନାପାଲିରେ ୧୬ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ କରୋନା ପଜିଟିଭ ଚିହ୍ନଟ first appeared on Sambad.

from ଜିଲ୍ଲା | Sambad https://ift.tt/2TkqDFl