କେନ୍ଦ୍ରାପଡ଼ା: ଘରୁ ଡ଼ାକିନେଇ ବ୍ଲକ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ହାଣିଥିବାର ଖବର ମିଳିଛି । କେନ୍ଦ୍ରାପଡ଼ା ରାଜନଗର ବ୍ଲକର ଓଡ଼ିଶା ଜୀବିକା ମିଶନ ସଂଯୋଜକ ରଶ୍ମୀରଂଜନ ଦାସ ଘରେ ଶୋଇଥିବା ସମୟରେ କିଛି ଯୁବକ ତାଙ୍କ କବାଟ ବାଡ଼େଇଥିଲେ ଏବଂ ତାଙ୍କୁ ବିଡ଼ିଓ ଡ଼ାକୁଛନ୍ତି ବୋଲି କହିଥିଲେ। ତାଙ୍କ ମନରେ ସନ୍ଦେହ ହେବାରୁ ସେ ଯାଇନଥିଲେ। ଫଳରେ ତାଙ୍କ ଘର ବାହାରେ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ଆକ୍ରମଣ କରିଥିଲେ।

ଦୁର୍ବୃତ୍ତଙ୍କ ପାଟି ଶୁଣି ଲୋକମାନେ ଆସିବା ପରେ ଘଟଣାସ୍ଥଳରେ ରଶ୍ମୀରଂଜନକୁ ଛାଡ଼ି ଖସି ପଳାଇଥିଲେ ଦୁର୍ବୃତ୍ତ। ବର୍ତମାନ ରଶ୍ମୀରଂଜନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏନେଇ ରଶ୍ମୀରଂଜନଙ୍କ ସ୍ତ୍ରୀ ରାଜନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନ୍ ଆରମ୍ଭ କରିଛି।

The post ଘରୁ ଡ଼ାକିନେଇ ବ୍ଲକ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ: ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର first appeared on Sambad.

from ଜିଲ୍ଲା | Sambad https://ift.tt/2Rj6DSC