ପୁରୀ : ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ୨୦୧୬ ଓ ୨୦୧୮ ଶ୍ରୀମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ରହିଥିଲେ। ଶ୍ରୀମନ୍ଦିର କୌଣସି କାରୁକାର୍ଯ୍ୟ ମରାମତି ତଥା ବିକାଶମୂଳକ କାର୍ଯ୍ୟ ହେଲେ ତାଙ୍କଠାରୁ ପରାମର୍ଶ ନିଆଯାଇଥିଲା। ରାଜ୍ୟ ସରକାର ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକଳ୍ପନା କରିଥିବାବେଳେ ଏହାର କାରୁକାର୍ଯ୍ୟ ଉତ୍କଳୀୟ ପରମ୍ପରା ଆଧାରରେ ବିକଶିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏହାର ବିଶେଷଜ୍ଞ କମିଟିରେ ରହିଥିଲେ ସ୍ବର୍ଗତ ମହାପାତ୍ର।

ମିଳିଥିବା ସୂଚନା ଅନୁସାରେ, ନିକଟରେ ଶ୍ରୀମନ୍ଦିରର ଜୟ-ବିଜୟ ଦ୍ବାର, କଳାହାଟ ଦ୍ବାର, ବେହେରଣ ଦ୍ବାର ଆଦି ୮ଟି ଦ୍ବାର ନୂଆ ତିଆରି ହେବା ସହ ଏଥିରେ ପ୍ରାୟ ୨୫ଶହ କେଜିର ରୁପା ଚଦର ଲାଗିବାକୁ ନିଷ୍ପତ୍ତି ହୋଇଛି। କାଠରେ ନିର୍ମିତ ଏହି ଦ୍ବାର ସବୁ କିଭଳି ଡିଜାଇନ୍‌ ହେବ ତାକୁ ନେଇ ବିବାଦ ଦେଖା ଦେବାପରେ ଶ୍ରୀମନ୍ଦିର ପ୍ରଶାସନ ଏକ ୧୭ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲା। ଯେଉଁଥିରେ ରଘୁନାଥ ମହାପାତ୍ର ବି ରହିଥିଲେ। କବାଟର ଡିଜାଇନ୍‌ ସହ ରୁପାର ଡିଜାଇନ୍‌ କିଭଳି ହେବ, ତାହା ଉପରେ ଆବଶ୍ୟକ ପରାମର୍ଶ ଦେଉଥିଲେ।

ସ୍ବର୍ଗତ ମହାପାତ୍ରଙ୍କ ବିୟୋଗରେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡ଼ି ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

The post ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଥିଲେ ରଘୁନାଥ first appeared on Sambad.

from ଜିଲ୍ଲା | Sambad https://ift.tt/2R6dnDs