ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁୁ ହରିଣମାନେ ବାହାରି ଗାଁମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଗତ ସପ୍ତାହ ତଳେ ଅଳତି ଦୀଘିପୋଖରୀ ନିକଟରେ ସକାଳ ପ୍ରାୟ ୭ଟାବେଳେ ଏକ ଶିଙ୍ଗାଳ ହରିଣ ବୁଲୁଥିବା ଦେଖି ଲୋକେ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ହରିଣଟିକୁ ପୁନର୍ବାର ଜଙ୍ଗଲରେ ଛଡ଼ା ଯାଇଥିଲା। ଗତକାଲି ସକାଳେ ପୁଣି ଏକ ଅଣ୍ତିରା ହରିଣ ଗଁପୁର ସ୍କୁଲ ନିକଟରେ ବୁଲୁଥିବାବେଳେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ କୁକୁରଙ୍କ କବଳରୁ ହରିଣଟିକୁ ଉଦ୍ଧାର କରି ବନ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ହରିଣଟିକୁ ପୁଣି ଜଙ୍ଗଲର ଛାଡ଼ି ଦିଆଯାଇଛି।

The post କୁକୁରଙ୍କ କବଳରୁ ହରିଣ ଉଦ୍ଧାର କରି ବନ କର୍ମଚାରୀଙ୍କୁ ହସ୍ତାନ୍ତର first appeared on Sambad.

from ଜିଲ୍ଲା | Sambad https://ift.tt/3blaFAV