ରାଉରକେଲା: ଆର୍‌ଏମ୍‌ସି ଓ ଜିଲ୍ଲା ପୁଲିସ ଏନ୍‌ଫୋର୍ସମେଣ୍ଟ ଟିମର ବାରମ୍ବାର ତାଗିଦ୍ ଓ ଚଢ଼ଉ ସତ୍ତ୍ବେ ସୁଧୁରୁନାହାନ୍ତି ଅମାନିଆ ବ୍ୟବସାୟୀ। ଲକ୍‌ଡାଉନ ଓ ସପ୍ତାହାନ୍ତ ସଟ୍‌ଡାଉନ କଟକଣାକୁ ନ ମାନି ଦୋକାନ ଖୋଲି ବେପାର କରୁଛନ୍ତି।

ଆଜି ସପ୍ତାହାନ୍ତ ସଡଡାଉନ ଶେଷ ଦିନରେ ରାଉରକେଲା ମହାନଗର ନିଗମର ଏନ୍‌ଫୋର୍ସମେଣ୍ଟ ଟିମ୍ ଡେଲିମାର୍କେଟ, ଭାଟିରୋଡ, ଟ୍ରାଫିକଗେଟ୍‌, ପ୍ଲାଣ୍ଟସାଇଟ୍ ଆଦି ପ୍ରମୁଖ ବଜାରରେ ଚଢ଼ଉ କରିଥିଲେ। ଡେଲିମାର୍କେଟର କିଛି ବ୍ୟବସାୟୀ ଦୋକାନ ଖୋଲି ମାଛ ବେପାର କରୁଥିବାରୁ ଚଢ଼ଉ କରି ଆର୍‌ଏମ୍‌ସି ଟିମ୍। ପ୍ରାୟ ୪୦ କେଜି ଅଧିକ ମାଛ ଜବତ କରିବା ସହ ଦୋକାନକୁ ସିଲ୍ କରିଛି। ଟ୍ରାଫିକଗେଟ୍‌ରେ ଢ଼ାବା ଓ ପ୍ଲାଣ୍ଟସାଇଟ୍ ଭାଟି ରୋଡ଼ରେ ମାଂସ ଓ ଚିକେନ୍ ଦୋକାନକୁ ସିଲ୍ କରିଛନ୍ତି। ସେମିତି ଗତକାଲି ରାତିରେ ପ୍ଲାଣ୍ଟସାଇଟରେ ରୋଡ ରାସନ ଦୋକାନକୁ ମଧ୍ୟ ସିଲ୍ କରାଯାଇଛି। ମାସ୍କ ନ ପିନ୍ଧି ବୁଲୁଥିବା ଅମାନିଆଙ୍କ ଠାରୁ ୪୭ ହଜାର ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି।

The post ମାଛ, ମାଂସ ଦୋକାନ ଓ ଢ଼ାବା ସିଲ୍  first appeared on Sambad.

from ଜିଲ୍ଲା | Sambad https://ift.tt/2SEtp87