ନୂଆପଡ଼ା: ଖଡ଼ିଆଳ ପୁଲିସ ଦ୍ବାରା ଚଳିତ ମାସ ୯ ତାରିଖ ଦିନ ପୁଲିସ ଖଡ଼ିଆଳ ବ୍ଳକ ଅଧକ୍ଷା ସ୍ବାମୀଙ୍କ ଘରୁ ବିପୁଳ ପରିମାଣରେ ବି‌ସ୍ଫୋ ରକ ଜବତ ହେବା ସହ ବ୍ଳକ ଅଧକ୍ଷାଙ୍କ ସ୍ବାମୀଙ୍କୁ ପୁଲିସ ଗିରଫ କରିଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚା ବିଷୟ ହୋଇଛି। ମାଓପ୍ରବଣ ଜିଲ୍ଲାର ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସ୍ବାମୀଙ୍କ ଘରୁ ଏତେ ପରିମାଣରେ ବି‌ସ୍ଫୋ୍ରକ ସାମଗ୍ରୀ ଦେଲା କିଏ, ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ଘଟଣାରେ ଜଣେ ବ୍ୟକ୍ତି ସଂପୃକ୍ତ ନାହାନ୍ତି ଏଥିରେ ଏକ ବଡ଼ ‌ରାକେଟ୍ ରହିଥିବା ଅନୁମାନ କରାଯାଉଛି। ଏହା ଉପରେ ଜିଲ୍ଲା ପୁଲିସ ଠିକ୍ ଭାବରେ ତଦନ୍ତ କଲେ, ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ବୁଦ୍ଧୀଜୀବୀ ମହଳରେ ଚର୍ଚ୍ଚା ହେଇଛି।
ନୂଆପଡ଼ା ଜିଲ୍ଲା ଏକ ମାଓପ୍ରବଣ ଅଞ୍ଚଳ ହୋଇଥିବା ବେଳେ ମାଓବାଦୀ ଶିବିରରୁ ଏପରି ବିପୁଳ ବି‌ସ୍ଫୋକରକ ସାମଗ୍ରୀ ପୁଲିସ ଜବତ କରିଥାଏ। ହେଲେ ଚଳିତ ମାସ ୯ ତାରିଖ ରାତି ଖଡ଼ିଆଳ ତୁକୁଲା ଗ୍ରାମର ପ୍ରେମ ସାଗର ମେହେରଙ୍କ ଘରୁ ବିପୁଳ ବିସ୍ଫୋୁରକ ଖଡ଼ିଆଳ ପୁଲିସ ଜବତ କରିଥିଲା। ଏତେ ପରିମାଣରେ ବି‌ସ୍ଫୋ୍ରକ ରଖିବା ନିୟମ ବିରୁଦ୍ଧ ହୋଇଥିଲେ ମଧ୍ୟ ବ୍ଳକ ଅଧକ୍ଷାଙ୍କ ସ୍ବାମୀ ପ୍ରେମ ସାଗର ମେହେର କାହାର ଛତ୍ରଛାୟ ତଳେ ରହି ଏତେ ପରିମାଣରେ ବି‌ସ୍ଫୋେରକ ଘରେ ରଖି ଶ୍ରୀ ମେହେର ଏହି ବିସ୍ଫୋ ରକକୁ କେଉଁ ସ୍ଥାନକୁ ପଠାଇବାର ବ୍ୟବସ୍ଥା କରୁଥିଲେ ଏହା ଉପରେ ପୁଲିସ ତଦନ୍ତ କରିବା ଜରୁରୀ। ଜଣଙ୍କ ଘରେ ୨୯୨୫ କିଲୋଟିନ୍ ଷ୍ଟିକ୍, ୮୪୪ ଗୋଟି ଡ଼େଟୋନେଟର ୨୯ ଟି ସିଲ୍ ପ୍ଲାଷ୍ଟିକ ବସ୍ତା ଆମୋନିୟନ ନାଇଟ୍ରେନ ୫୦ କେଜି ରଖିବା ଜଣେ ବ୍ୟକ୍ତିଙ୍କ ଦ୍ବାରା ସମ୍ଭବ ନୁହେଁ। ଏହି ଘଟଣାରେ ନୂଆପଡ଼ା ଜିଲ୍ଲା ତଥା ଜିଲ୍ଲା ବାହାର ବ୍ୟକ୍ତିମାନେ ସଂପୃକ୍ତ ଥିବା ଅନୁମାନ କରାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଗିରଫ ପ୍ରେମ ସାଗର ମେହେର ନୂଆପଡ଼ା ଜିଲ୍ଲା ସହ ବଲାଙ୍ଗୀର, କଳାହାଣ୍ଡି, ଜିଲ୍ଲାର ମାଇନ୍ସମାନଙ୍କୁ ପଥର ବ୍ଲାଷ୍ଟିଂ କରିବାକୁ ଏହି ବି‌ସ୍ଫୋରକ ସାମଗ୍ରୀ ଯୋଗାଉଥିଲେ ବୋଲି ଜଣାପଡ଼ିଛି। ହେଲେ ନୂଆପଡ଼ା ଜିଲ୍ଲା ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଜିଲ୍ଲାବାସୀମାନଙ୍କ ମଧ୍ୟରେ ବିଭିନ୍ନ ଉଙ୍କି ମାରୁଛି। ମାଓପ୍ରବଣ ଜିଲ୍ଲାରେ ଏତେ ପରିମାଣରେ ବି‌ସ୍ଫୋରକ ସାମଗ୍ରୀ ମିଳିବା କଥା ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ବି‌ସ୍ଫୋ୍ରକ ଖଡ଼ିଆଳକୁ ଆସିଲା କେଉଠୁ, ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ଏହା ତଦନ୍ତ କରି ସତ୍ୟତା ପଦକୁ ଆଣିବା ଜିଲ୍ଲା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି।

The post ଖଡ଼ିଆଳରୁ ବିପୁଳ ବି‌ସ୍ଫୋରକ ଜବତ ଘଟଣା: ମାଓପ୍ରବଣ ଜିଲ୍ଲାରେ ଏତେ ପରିମାଣରେ ବି‌ସ୍ଫୋରକ ଦେଲା କିଏ? first appeared on Sambad.

from ଜିଲ୍ଲା | Sambad https://ift.tt/3eHP47V