
ପୁରୀ: ଶ୍ରୀମନ୍ଦିର ହେରିଟେଜ କରିଡରରେ ଥିବା ୫ ମଠ ଘର ଉଚ୍ଛେଦ ପରେ ଏମାନଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ କରିଛି। ଆଜି ପବିତ୍ର ଅକ୍ଷୟ ତୃତୀୟାର ଏମାନେ ଭୂମି ପୂଜନ କରିଛନ୍ତି। ୫ ମଠର ଭୂମି ପୂଜନ ହୋଇଛି। ଏମାନେ ହେଲେ ଉତ୍ତର ପାର୍ଶ୍ଵ ମଠ, ରେବେସା ମଠ, ମଙ୍ଗୁ ମଠ, ଶ୍ରୀମାଳି ମଠ ଓ ସାନ ଛତା ମଠ। ସେହିଭଳି ଜଗନ୍ନାଥ ବଲ୍ଲଭ ପିଲଗ୍ରୀମ ସେଣ୍ଟର ପାଇଁ ଜଗନ୍ନାଥ ବଲ୍ଲଭ ଭୋଇ ପରିବାରଙ୍କୁ ବି ଥଇଥାନ କରାଯାଇଛି। ୫୯ ଭୋଇ ପରିବାରକୁ ଏଠାରେ ଥଇଥାନ କରାଯାଇଛି। ସମସ୍ତଙ୍କୁ ଜାଗା ମିଳିଛି। ଆଜି ଏମାନେ ଭୂମି ପୂଜନ କରିଛନ୍ତି। ପରବର୍ତ୍ତୀ ସମୟରେ ଘର ତିଆରି ବାବଦକୁ କିସ୍ତିରେ ଟଙ୍କା ମିଳିବ।
The post ଶ୍ରୀମନ୍ଦିର ହେରିଟେଜ କରିଡରରେ ଥିବା ୫ ମଠ ଘର ଉଚ୍ଛେଦ ପରେ ଥଇଥାନ କଲା ଜିଲ୍ଲା ପ୍ରଶାସନ first appeared on Sambad.from ଜିଲ୍ଲା | Sambad https://ift.tt/2SQQYdU
0 Comments