ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମର ଲକ୍ଷପତି ସୁନାନୀ (୫୦)ଙ୍କ କରୋନାରେ ମୃତ୍ୟୁ ହୋଇଛି। ପ୍ରକାଶ ଯୋଗ୍ୟ ଯେ ସେ ବୋଡେନ ଥାନା ବରଗାଁ ଗ୍ରାମର ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ଥିଲେ। ଗତ ୧୪ ତାରିଖ ଦିନ ତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ପରେ ତାଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ନେଗେଟିଭ ରିପୋର୍ଟ ଆସିଥିଲା।

ହେଲେ ଦେହ ଅସୁସ୍ଥ ଥିବାରୁ ଅନ୍ୟାନ୍ୟ ଔଷଧ ନେଇ ଘରେ ରହିଥିଲେ। ପୁଣି ତାଙ୍କୁ ୧୬ ତାରିଖ ଦିନ ଦେହ ଅସୁସ୍ଥ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲା ହସପିଟାଲକୁ ଚିକିତ୍ସା ପାଇଁ ପରିବାର ଲୋକେ ନେଇଥିବା ବେଳେ କୋଭିଟ୍ ହସପିଟାଲ ପ୍ରଥମେ କରୋନା ଟେଷ୍ଟ କରାଯାଇଥିଲା। ଗତ ୧୭ ତାରିଖ ଦିନ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ସେହି ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ଶନିବାର ରାତ୍ରି ଦୁଇଟା ତିରିଶ ମିନିଟ ସମୟରେ ମୃତ୍ୟୁ ହୋଇଛି। ଖବର ଶୁଣି ବରଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଲେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି।
ଦ୍ୱିତୀୟ ଲହରୀରେ ସିନାପାଲିର ବହୁ ଲୋକ ମୃତ୍ୟୁବରଣ କରିସାରିଲେଣି l ଗତକାଲି ସିନାପାଲି ବ୍ଲକରେ ତିନି ଜଣ କରୋନାରେ ପ୍ରାଣ ହରାଇଥିଲେ।
The post ଚିକିତ୍ସାଧୀନ ଅବସ୍ଥାରେ କରୋନା ଯୋଦ୍ଧା ଗ୍ରାମରକ୍ଷୀଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3f7mjSf
0 Comments