ଖୋର୍ଦ୍ଧା: ଜିଲ୍ଲାରେ ଦ୍ରୁତଗତିରେ ବଢ଼ୁଥିବା କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତୃଣମୂଳସ୍ତରରେ କିଭଳି ଜନଗହଳିକୁ ରୋକା ଯାଇପାରିବ ଓ କରୋନା କଟକଣାକୁ କାର୍ଯ୍ୟକାରୀ କରାଯିବ ସେନେଇ ପୁଂଖାନୁପୁଂଖ ଆଲୋଚନା ହୋଇଥିଲା। ଭରଚୁଏଲ୍ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ।

ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସଚେତନତାକୁ ବ୍ୟାପକ କରାଯିବା ସହ କୋଭିଡ୍ କଟକଣାକୁ କଡ଼ାକଡ଼ି ଲାଗୁ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଗ୍ରାମାଂଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ, ହାଟବଜାର ଆଦିରେ ଗହଳି, ସାମାଜିକ କାର୍ଯ୍ୟକ୍ରମ ଆଦିରେ ନିୟନ୍ତ୍ରଣ ରଖିବାକୁ ସରପଂଚମାନେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ଼ ସକ୍ରିୟ ଭାବେ ସହଯୋଗ କରିବେ। ବୈଠକରୁ ମିଳିଥିବା ସୂଚନାରେ, କମ୍ ସଂକ୍ରମିତ ଥିବା ବ୍ୟକ୍ତି ଘରେ ରହି ଯେପରି ଚିକିତ୍ସିତ ହୋଇପାରିବେ ସେନେଇ ସ୍ଥାନୀୟ ପିଏଡ଼୍‌ଚି, ସିଏଚ୍ସି ବ୍ୟବସ୍ଥା କରିବାକୁ କୁହାଯାଇଛି।

ଏହା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ୍ ଅଧିକାରୀଙ୍କ ତତ୍ୱାବଧାନରେ ଏକ ରାପିଡ୍ ରେସପନ୍ସ ଟିମ୍ ଏବଂ ପ୍ରତିବ୍ଲକରେ ଏକ ଆମ୍ବୁଲାନ୍ସ କାମ କରିବ। ବାହାରୁ ଆସିଥିବା ଲୋକମାନଙ୍କ ସୁବିଧା ପାଇଁ କ୍ଲଷ୍ଟର ଟିମ୍ସିର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୦ଟି ବ୍ଲକରେ ୨୨ଟି କ୍ଲଷ୍ଟର ଟିଏମ୍ସି ଗଠନ କରାଯାଇଛି। ଏହି ବୈଠକରେ ପ୍ରତି ପଂଚାୟତ ସମିତି କାର୍ଯ୍ୟାଳୟରୁ ସରପଂଚ, ପଂଚାୟତ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ କୁମାର ଦାସ ପଟ୍ଟନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥ ପ୍ରକଳ୍ପ ନିର୍ଦେଶ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅଶୋକ କୁମାର ବେଉରିଆ ପ୍ରମୁଖ ଯୋଗ କୋଭିଡ୍ କଟକଣା ପରିଚାଳନା ସମ୍ପର୍କରେ ନିଜ ନିଜ ମତ ଦେଇଥିଲେ।

The post ଲକଡାଉନ୍ ପାଇଁ ପ୍ରଶାସନର ପ୍ରସ୍ତୁତି, କଟକଣା କଡ଼ାକଡ଼ି ଲାଗୁ କରିବାକୁ ନିର୍ଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/334DNb8