ମାଲକାନଗିରି: ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୁଲିସ ଆଜି ୨ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। କିଛି ମାସ ତଳେ ବାରାସୁର ଠାରୁ ନାରାୟଣପୁରକୁ ଯାଉଥିବା ରାସ୍ତାରେ ନକ୍ସଲ ଲ୍ୟାଣ୍ଡମାଇ ଖଞ୍ଜି ଯବାନଙ୍କ ବସକୁ ଟାର୍ଗେଟ କରିଥିଲେ। ଯାହାଫଳରେ ଯବାନଙ୍କୁ ନେଇ ଯାଉଥିବା ବସ ବୋମା ବିସ୍ଫୋରଣରେ ଉଡିଯାଇଥିଲା। ଏଥିରେ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ସେହିଦିନ ଠାରୁ ଏହି ଅଂଚଳରେ ପୁଲିସ ଲଗାତାର ସର୍ଚ୍ଚ ଅପରେସନ ଜାରି ରଖିଥିଲା।

ତେବେ ଗିରଫ ହୋଇଥିବା ଦୁଇ ନକ୍ସଲ ଏହି ରାସ୍ତାରେ ନକ୍ସଲଙ୍କୁ ସୂଚନା ପ୍ରଦାନ କରିବା ପାଇଁ ରହିଥିଲେ। ଏମାନେ ନକ୍ସଲଙ୍କୁ ପୁଲିସର ଗତିବିଧି, ଯବାନଙ୍କ ଗାଡି କେଉଁ ସମୟରେ ଏଠାରେ ଅତିକ୍ରମ କରିବ ଭଳି ବହୁ ସୂଚନା ନକ୍ସଲ ଏମାନେ ପ୍ରଦାନ କରୁଥିଲେ। ପୁଲିସ ଏହି ଦୁଇ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ଛୋଟେ ଡଂଗର ଥାନା ଅଂଚଳରୁ ଏହି ଦୁଇ ନକ୍ସଲ ଗିରଫ ହୋଇଛନ୍ତି।

The post ବୋମା ବିସ୍ଫୋରଣରେ ବସ ଉଡାଇବା ଘଟଣା:୨ ନକ୍ସଲ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3uR0NGU