ଭଞ୍ଜନଗର: ଗତ ଦୁଇ ଦିନ ଧରି କାଳ ବୈଶାଖୀ ପ୍ରଭାବରେ ବହୁ କ୍ଷୟକ୍ଷତି ଘଟିଛି। ବିଶେଷ କରି ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସେବା ବ୍ୟାଘତ ହୋଇଛି। ବର୍ଷା ପବନ ଫଳରେ ବହୁ ସ୍ଥାନରେ ଛେଟ ବଡ଼ ଗଛ ଡାଳ ଭାଙ୍ଗି ପଡ଼ିବା ଯୋଗୁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଛି। ଆଜି ଅପରାହ୍ନରେ ହୋଇଥିବା ପବନ ଓ ବର୍ଷା ଫଳରେ ବାହାଡ଼ାପଦର ଗ୍ରାମରେ ୨ ଗୋଟି ଘର ଭାଙ୍ଗିଥିବା ଜଣାପଡ଼ିଛି। ଗ୍ରାମର ନୂ୍ଆଁସାହିରେ ରହୁଥିବା ରାମ ଜେନା ଏବଂ ସନ୍ୟାସୀ କାଞ୍ଜିଆଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି। ଘର ଭାଙ୍ଗିବା ପରେ ସନ୍ୟାସୀ ନିଜ ଭାଇଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ରାମ ଭଙ୍ଗା ଘର ଭିତରୁ ଜିନିଷପତ୍ର ବାହାର କରୁଥିବା ଦେଖିବାକୁ ମିଳିଛି।
ଏଥିସହ ଆଖପାଖ ଇଲାକାରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଛି। ଗତକାଲି ମଧ୍ୟ ଅପରାହ୍ନରେ ମେଘ ପବନ ଆସିବା ସହ ବର୍ଷାରେ ବହୁ ଗଛ ପଡ଼ିଥିଲା। ଛେଦାଭୂମୀ ନିକଟରେ ବିଦ୍ୟୁତ୍ ତାର ଉପରେ ଗଛ ପଡ଼ିଯିବା ଯୋଗୁଁ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଥିଲା ରାଜକୁଣ୍ଡ, ଯୋଗୀମାରି, ସାନକୋଦଣ୍ଡା, ବିଞ୍ଜଗିରି, ବାହାଡ଼ାପଦର, ଗୁରାବାଡ଼ି ଆଦି ଇଲାକାରେ ଆଜି ସକାଳ ସମୟରେ ବିଦ୍ୟୁତ୍ ସେବା ସ୍ବଭାବିକ ହୋଇଥିଲା। ଆଜି ପୁଣି ଅପରାହ୍ନରେ ବର୍ଷା ପବନ ହେବା ଯୋଗୁ ବିଦ୍ୟୁତ୍ ଚାଲିଯାଇଥିବା ଜଣାପଡ଼ିଛି। ଗତକାଲି ବର୍ଷ ପବନରେ କଣ୍ଟେଇପଲ୍ଲୀ ଗ୍ରୀଡ଼ର ୩୩ କେଭି ଫିଡ଼ରରେ ଯାନ୍ତ୍ରୀକ ତ୍ରୁଟି ହୋଇଥିବାରୁ ବିଦ୍ୟୁତ୍ ସେବା ବନ୍ଦ ରହିଥିଲା। ଦୀର୍ଘ ସମୟ ପରେ ଏହାକୁ ସଜଡ଼ା ଯିବା ପରେ ସହରରେ ରାତିରେ ବିଦ୍ୟୁତ୍ ସେବା ସ୍ବଭାବିକ ହୋଇଥିବା ବେେଳେ ଗ୍ରାମାଞ୍ଚଳରେ ବିଳମ୍ବରେ ବିଦ୍ୟୁତ ସେବା ସ୍ବଭାବିକ ହୋଇଥିଲା।
The post କାଳ ବୈଶାଖୀ ପ୍ରଭାବରେ ଭାଙ୍ଗିଲା ୨ଘର, ବିଦ୍ୟୁତ୍ ସେବା ବ୍ୟାଘାତ first appeared on Sambad.from ଜିଲ୍ଲା | Sambad https://ift.tt/2RBArd4
0 Comments