
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳ ଯୋଡ଼ା ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗତକାଲି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହାକୁ ଦୃଷ୍ଟିରେ ରଖି ପାଣି ଖାଲି କରିବାକୁ ପ୍ରଶାସନ ପକ୍ଷରୁ ବିଲେଇପଦା ନିକଟରେ ଜାତୀୟ ରାଜପଥକୁ କାଟିବାକୁ ପଡ଼ିଥିଲା।
ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ଯୋଗୁଁ ବିଲେଇପଦାରେ କେତେକ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଥିଲା । ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଯୋଗୁଁ ପାଣି ନିଷ୍କାସନ ହୋଇ ପାରିନଥିଲା। ଫଳରେ ବାଧ୍ୟ ହୋଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥକୁ ଜେସିବି ମେସିନ ଲଗାଇ ଖୋଳି ଦିଆଯାଇଛି। ଏଥିପାଇଁ ଜାତୀୟ ରାଜପଥରେ ସାଧାରଣ ଯାତାୟାତ ବନ୍ଦ ହୋଇଯାଇଛି।
The post ପ୍ରବଳ ବର୍ଷା ଯୋଗୁଁ ଯୋଡ଼ା ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ! first appeared on Sambad.
from ଜିଲ୍ଲା | Sambad https://ift.tt/2Sx9bNk
0 Comments