
ରୁପସା: ବାଲେଶ୍ଵର ଜିଲ୍ଲା ବସ୍ତା ପୁଲିସ ଦ୍ଵାରା ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବାବେଳେ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଛି । ସୂଚନା ଅନୁସାରେ ବସ୍ତା ଥାନା ଅମର୍ଦ୍ଦାରୋଡ ଫାଣ୍ଡି ଅଧୀନ ବାଇତପଡା ଅଂଚଳରେ ଦୀର୍ଘ ଦିନ ଧରି ବେପାର କରୁଥିବା ଜଣେ ବେପାରୀକୁ ଲୋକମାନଙ୍କ ଦ୍ବାରା ଅଟକ ରଖାଯାଇ ବସ୍ତା ଥାନାକୁ ଖବର ଦିଆଯାଇଥିଲା।
ବସ୍ତା ପୁଲିସ ସହ ଅମର୍ଦ୍ଦାରୋଡ ଫାଣ୍ଡି ଅଧିକାରୀ ପ୍ରଶାନ୍ତ ପାଣି ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛନ୍ତି। ତେବେ କେତେ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି ତାହା ଏ ପର୍ଯ୍ୟନ୍ତ ପୁଲିସ ପ୍ରକାଶ କରିନାହିଁ ।
କାରଣ ଅଭିଯୁକ୍ତ ଠାରୁ ଆହୁରି ଅନେକ ତଥ୍ୟ ମିଳିବ ବୋଲି ଆଶା ରଖିବା ସହିତ ନାମ ମଧ୍ୟ ପ୍ରକାଶ କରିନାହିଁ। ତେଣୁ ବସ୍ତା ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
The post ବ୍ରାଉନସୁଗାର ସହ ବେପାରୀ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3wmwIzj
0 Comments