ବାଲେଶ୍ବର : ମହାମାରୀ ସମୟରେ ୫ ଶହ ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ଏକାଦଶାହ ଭୋଜି। କୋଭିଡ୍‌ ପାଇଁ ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଥିବା ବାଲେଶ୍ବର ତହସିଲ୍‌ଦାର ଅନାମିକା ସିଂହ ଓ ତାଙ୍କ ବିଭାଗର କର୍ମଚାରୀ ଘଟଣାସ୍ଥଳକୁ ଯାଇ ଖାଦ୍ୟ ଜବତ କରିବାବେଳେ ଖାଲି ବିରୋଧର ସମ୍ମୁଖୀନ ହୋଇ ନଥିଲେ, ମାଡ଼ ବି ଖାଇଥିଲେ। ଏହି ଘଟଣାର ୧୩ ଦିନ ପରେ ପୁଲିସର ପଦକ୍ଷେପକୁ ନେଇ ସମସ୍ତ କର୍ମଚାରୀ ଘୋର ଅସନ୍ତୋଷରେ ଅଛନ୍ତି। ପ୍ରତିବାଦରେ ତହସିଲ୍‌ଦାରଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ କେହି ଚେୟାରରେ ବସୁନାହାନ୍ତି। ୨ ସପ୍ତାହ ହେଲା ତଳେ ବସି କାମ କରିବା ସହ ଭିନ୍ନ ଢ଼ଙ୍ଗରେ ପ୍ରତିବାଦ କରୁଛନ୍ତି।

ଏମିତିକି ତହସିଲ୍‌ଦାର ସରକାରୀ ଗାଡ଼ି ମଧ୍ୟ ବ୍ୟବହାର କରୁନଥିବା ଆଲୋଚନା ହେଉଛି। ସେ ନିଜ ଗାଡ଼ିରେ ଯାଇ କାମ କରୁଛନ୍ତି। ଏହାକୁ ନେଇ ପୁଲିସ ଓ ପ୍ରଶାସନ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ଆଉ କାହାକୁ ଅଛପା ନାହିଁ। ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି ଏହି ଘଟଣା। ତଥାପି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଏ ମାମଲାରେ ମୌନବ୍ରତ ଅବଲମ୍ବନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

The post ତଳେ ବସି କାମ କରୁଛନ୍ତି ତହସିଲଦାର୍‌, କର୍ମଚାରୀ first appeared on Sambad.

from ଜିଲ୍ଲା | Sambad https://ift.tt/3ygSoyt