କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ମହଖଣ୍ଡ ଜଙ୍ଗଲ ପାଖ ରତାଖଣ୍ଡି ଜୋର ନିକଟ ଏକ ଗଛରେ ଜଣେ କପଡ଼ା ବ୍ୟବସାୟୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗାଁର କେଶବ ମେହେର। ତୁରେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଦେଇଛି।
ମୃତ କେଶବ ଜଣେ କପଡ଼ା ବ୍ୟବସାୟୀ ହୋଇଥିବା ବେଳେ ଶାନ୍ତ ସ୍ଵଭାଵ ଯୋଗୁ ଅଞ୍ଚଳରେ ବେଶ ପରିଚିତ। ଗତକାଲି ସନ୍ଧ୍ୟାରେ ସେ ନିଜ ବାଇକ ଯୋଗେ ଘରୁ ବାହାରିଥିଲେ । ରାତି ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ସକାଳ ସମୟରେ ଏହି ରାସ୍ତାରେ ଯାଉଥିବା ଜଣେ ଲୋକ ତାଙ୍କ ଗାଁ ଲୋକଙ୍କୁ ଫୋନ କରିବାରୁ ଗାଁଲୋକ ପରିବାର ଲୋକଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ।

ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ବଲାଙ୍ଗୀରରୁ ସାଇଣ୍ଟିଫିକ ଦଳ ଆସି ଅଧିକ ତଦନ୍ତ କରବେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟ ପକ୍ଷରେ ମୃତକଙ୍କ ପୁଅ ତୁରେକେଲା ଥାନାରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।
The post କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/3fiTYXY
0 Comments