ରାଉରକେଲା: ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ରେ ଥିବା ଫାଉଣ୍ଡେସନ ଫର୍ ଟେକ୍ନୋଲୋଜି ଆଣ୍ଡ୍ ବିଜିନେସ୍ ଇନ୍କ୍ୟୁବେସନ(ଏଫ୍ଟିବିଆଇ) ଷ୍ଟାର୍ଟ୍  ଅପ୍ ସୃଷ୍ଟି ପାଇଁ ଯୁବ ଉଦ୍ୟୋଗୀ ଓ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା, ସମସ୍ତ ବୈଷୟିକ ସହାୟତା ପ୍ରଦାନ କରିବା ଆଦି ଜାରି ରଖିଛି। ଏହି ଯୁବ ଉଦ୍ୟୋଗୀଙ୍କକୁ ଆନସୁଙ୍ଗିକ ସହାଯ୍ୟ ସହଯୋଗ ଯୋଗାଇ ଇତିମଧ୍ୟରେ ପ୍ରାୟ ଶହେ ଷ୍ଟାର୍ଟ୍ଙ ଅପ୍ ଏଠାରୁ ସୃଷ୍ଟି କରାଗଲାଣି। ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଏଫ୍ଟିବିଆଇ ଏବେ ଆଉ ଏକ ଉପଲବ୍ଧି ହାସଲ କରିଛି। ଏ

ଫ୍ଟିବିଆଇକୁ କେନ୍ଦ୍ର ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରାଳୟ ପକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ମିଳିଛି। ଏହି ଅନୁଦାନରେ ଅନୁଷ୍ଠାନରେ ‘ଲିଭ୍ଲିହୁଡ୍ ବିଜିନେସ ଇନ୍କ୍ୟୁବେସନ ସେଣ୍ଟର୍(ଏଲ୍ବିଆଇ) ପ୍ରତିଷ୍ଠା କରାଯାଇ ଗ୍ରାମାଞ୍ଚଳର ଯୁବ ଉଦ୍ୟୋଗୀଙ୍କ ସାମଗ୍ରିକ ବିକାଶ କରାଯିବ। ଏଲ୍ବିଆଇ ମୁଖ୍ୟତଃ ବିଜ୍ଞାନ, ଟେକ୍ନୋଲୋଜି ଓ ଆବିଷ୍କାର/ଗବେଷଣା ଉପରେ କାର୍ଯ୍ୟ କରିବ। ଏଲ୍ବିଆଇ ସ୍ଥାପନର କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଗ୍ରାମାଞ୍ଚଳରେ ଥିବା ଯୁବ ଉଦ୍ୟୋଗୀ, ଇଚ୍ଛୁକ ତଥା ମେଧାବି ଯୁବକଯୁବତୀଙ୍କୁ ଚିହ୍ନଟ କରିବା। ପରେ ସେମାନଙ୍କୁ ଉଦ୍ୟୋଗ ସୃଷ୍ଟି, ଉଦ୍ୟୋଗର ପରିସର ବୃଦ୍ଧି କରିବାରେ ପ୍ରଶିକ୍ଷଣ ଦିଆଯିବ। ଯଦ୍ବାରା ସେମାନେ ଆବଶ୍ୟକ ଜ୍ଞାନକୌଶଳ ଦେଇ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ବୃଦ୍ଧି ଓ ଜୀବନଜୀବିକାର ମାନ ବୃଦ୍ଧି ପାଇଁ ନିୟୋଜିତ କରାଯିବ। ଅଞ୍ଚଳର ଆଶ୍ୟକତାକୁ ପୂରଣ କରାଯିବ।

ଏନେଇ ଏଫ୍ଟିବିଆଇର ଭାରପ୍ରାପ୍ତ ଅଧିକାରୀ ଡ. ଦେବାୟନ ସରକାର କହିଛନ୍ତି, ଏଫ୍ଟିବିଆଇ ଜନ୍ମ ଲାଭ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏକାଧିକ କୃତିତ୍ବ ହାସଲ କରିଛି। ଏଠାରେ ଏକାଧିକ ଷ୍ଟାର୍ଟ୍କଅପ୍ ସୃଷ୍ଟି ହୋଇଛି, ଯାହା ଆଜି ପ୍ରତିଷ୍ଠିତ ହୋଇସାରିଲେଣି। ଏଠାରେ ଅତ୍ୟାଧୁନିକ ଜ୍ଞାନକୌଶଳ, ଗବେଷଣା ପାଇଁ ଥିବା ଲ୍ୟାବ୍, ବ୍ୟବସାୟ କରିବାର ବିଧି ପାଇଁ ଶୈକ୍ଷିକ ପରିବେଶ ସୃଷ୍ଟି ଆଦି ଏକାଧିକ ସେବା ଉପଲବ୍ଧ। ସଂପ୍ରତି ଏମ୍ଏସ୍ଏମ୍ଇର ଅନୁଦାନ ଏହି ସେବାଗୁଡ଼ିକୁ ଆହୁରି ବ୍ୟାପକ ଓ ତ୍ବରାନ୍ବିତ କରିବ। ଏହାଦ୍ବାରା ଅଞ୍ଚଳର ବହୁ ମେଧାବି ଯୁବକଯୁବତୀ ନିଜେ ସ୍ବାବଲମ୍ବୀ ହୋଇପାରିବେ। ଏହ ସହ ଅଞ୍ଚଳର ଆବଶ୍ୟକତାକୁ ମେଣ୍ଟାଇ ଅର୍ଥନୀତିରେ ବିକାଶ ହେବବୋଲି ଡ. ସରକାର କହିଛନ୍ତି।

The post ଗ୍ରାମାଞ୍ଚଳରେ ଉଦ୍ୟୋଗୀ ସୃଷ୍ଟି କରିବ ଏନ୍ଆଇଟି, ମନ୍ତ୍ରାଳୟରୁ ୧ କୋଟି ଅନୁଦାନ first appeared on Sambad.

from ଜିଲ୍ଲା | Sambad https://ift.tt/3fv40p8