
ବାରିପଦା: ବାରିପଦା କୋଭିଡ୍ ହସ୍ପିଟାଲରେ ଚିକିତ୍ସା ଅବ୍ୟବସ୍ଥା ଓ ରୋଗୀ ମୃତ୍ୟୁ ନେଇ ବିବାଦ ବଢ଼ିବାରେ ଲାଗିଥିବାବେଳେ ଆଜି ରାତିରେ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ପିପିଇ କିଟ୍ ପିନ୍ଧି ଶ୍ରୀ ଷଡ଼ଙ୍ଗୀ ରୋଗୀଙ୍କ ଭଲମନ୍ଦ କଥା ପଚାରି ବୁଝିଥିଲେ। ତାଙ୍କ ସହ ବାରିପଦା ବିଧାୟକ ପ୍ରକାଶ ସୋରେନ୍, ସାରସକଣା ବିଧାୟକ ବୁଢ଼ାନ୍ ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳି, ଉଦଳା ବିଧାୟକ ଭାସ୍କର ମଢେଇ, ଜିଲ୍ଲା ବିଜେପି ସଭାପତି କାନ୍ଦରା ସୋରେନ୍, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ବିଜୟ କୁମାର ଦାସ, ଆରକ୍ଷୀ ଅଧୀକ୍ଷକ ସ୍ମିତ୍.ପି.ପରମାର ଉପସ୍ଥିତ ଥିଲେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଅପରାହ୍ନରେ ବାରିପଦାରେ ପହଞ୍ଚିବା ପରେ ପ୍ରଥମେ ଦଳୀୟ ନେତାଙ୍କ ସହିତ ସର୍କିଟ୍ ହାଉସରେ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳଙ୍କୁ ଭେଟି କୋଭିଡ୍ ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଯେଭଳି କୌଣସି ଅବ୍ୟବସ୍ଥା ନହୁଏ, ସେଥିଲାଗି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ହସ୍ପିଟାଲ ଭିତରୁ ଆସିଥିବା ଚିତ୍ରକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ରୋଗୀଙ୍କ ସମର୍କୀୟଙ୍କ ଘରକୁ ଯାଇ ଭଲମନ୍ଦ ବୁଝିବାକୁ ପରାମର୍ଶ ଦେଇଥିଲେ।
The post କୋଭିଡ୍ ହସ୍ପିଟାଲରେ ରୋଗୀଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ first appeared on Sambad.from ଜିଲ୍ଲା | Sambad https://ift.tt/3cahfe0
0 Comments