
ଯୋଡ଼ା : ବମେବାରୀ ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ନିକଟରେ ଥିବା ମା’ ଇଞ୍ଜିନିୟରିଂ ସଂସ୍ଥାର ବନ୍ଦ କ୍ରସରରୁ ଲୁହାପଥର ଚୋରା ଚାଲାଣ ଘଟଣାର ମୁଖ୍ୟ କିଙ୍ଗପିନ୍ କୁହାଯାଉଥିବା ପଙ୍କଜ କୁମାରକୁ ପୁଲିସ ଝାଡ଼ଖଣ୍ଡ ଜାମସେଦପୁରରୁ ଗିରଫ କରିଛି। ଆଜି ତାକୁ କୋର୍ଟଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୯ ତାରିଖ ବିଳମ୍ବିତ ରାତିରେ ହାଣ୍ଡିଭଙ୍ଗା ନିକଟରେ ଥିବା ବନ୍ଦ କ୍ରସରରୁ ଟ୍ରେଲରରେ ଲୁହାପଥର ଗୁଣ୍ଡ ବୋଝେଇ କରି ମାଫିଆମାନେ ବିଶାଖାପାଟଣା ବନ୍ଦରକୁ ଚାଲାଣ କରିିବାକୁ ଯୋଜନା କରିଥିଲେ। ଖବର ପାଇ ପୁଲିସ କଳିମାଟି ଛକରେ ଚଢ଼ଉ କରିି ୫ଟି ଟ୍ରେଲର ଓ ଜୁରୁଡ଼ି ଛକରୁ ଗୋଟିଏ ଟ୍ରେଲର ଜବତ କରିଥିଲା। ଏହି ଘଟଣାରେ ପୂୂର୍ବରୁ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏବେ ଏହିି ଚୋରା କାରବାରର କିଙ୍ଗପିନ୍ କୁହାଯାଉଥିବା ପଙ୍କଜକୁୁ ପୁଲିସ ଗିରଫ କରିିବାରେ ସଫଳ ହୋଇଛି।
The post ଲୁହାପଥର ଚୋରା କାରବାରର କିଙ୍ଗପିନ୍ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/2TYOCdw
0 Comments