ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉ‌ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଉଠା ଓ ଛୋଟ ଦୋକାନୀଙ୍କୁ ୧୦ ହଜାର ଟଙ୍କା, ସମସ୍ତ ରାସନକାର୍ଡ ଧାରୀଙ୍କୁ ୨ ହଜାର ଟଙ୍କା ସହାୟତା ଦେବାକୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଥିବା ବେଳେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମସ୍ତ ନାଗରିକଙ୍କୁ ମାଗଣା ଟିକା ପ୍ରଦାନ କରିବା ନେଇ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଦ୍ୱାରା ଦାବିପତ୍ର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର, ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଶିଶିର କୁମାର ପରିଡ଼ା, ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ଅମିତ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ରଂଜନ ପଟ୍ଟନାୟକ, ଜିତେନ୍ଦ୍ର କୁମାର ଚମ୍ପତ୍ତି, ପ୍ଲାବନ ପଟ୍ଟନାୟକ, ଶିଳାଦିତ୍ୟ ପଟ୍ଟନାୟକ, ପ୍ରଦୋଶ ହରିଚନ୍ଦନ, ଅଶୋକ କୁମାର ମଙ୍ଗରାଜ, ସୁନୀଲ କୁମାର ରାଉତରାୟ, ସେକ୍ ନୈସଦ୍ ଅଲ୍ଲୀ, ପ୍ରଣୟ ରଂଜନ ଦାସ, ପ୍ରକାଶ ଚନ୍ଦ୍ର ବେହେରା, ଗିରିଜା ଭୂଷଣ ମହାପାତ୍ର, ନିବାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

The post କ୍ଷୁଦ୍ର ଦୋକାନୀ ଓ ଗରିବଙ୍କୁ କରୋନା ଭତ୍ତା ଦେବାକୁ କଂଗ୍ରେସର ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/3clmZSh